ନିଜ ରକ୍ତରେ ‘ଦ କଶ୍ମୀର ଫାଇଲ୍ସ’ର ପୋଷ୍ଟର ଆଙ୍କିଲେ ମହିଳା ଚିତ୍ରଶିଳ୍ପୀ

ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ଦ କଶ୍ମୀର ଫାଇଲ୍ସ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ବକ୍ସ ଅଫିସରେ ଧମାଲ କରୁଛି ଫିଲ୍ମ। ୯୦ ଦଶନ୍ଧିରେ କଶ୍ମୀରୀ ପଣ୍ଡିତମାନଙ୍କ ନରସଂହାରକୁ ଦର୍ଶାଉଥିବା ଏହି ଫିଲ୍ମ ଦର୍ଶକଙ୍କ ମନକୁ ବେଶ ଛୁଇଁଛି । ଏବେ ପୁଣି ଏହି ଫିଲ୍ମକୁ ନେଇ ଏକ ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳା ଚିତ୍ରଶିଳ୍ପୀ ଏହି ଫିଲ୍ମରେ ଏତେ ମାତ୍ରାରେ ପ୍ରଭାବିତ ହୋଇଛନ୍ତି ଯେ, ସେ ନିଜ ରକ୍ତରେ ଏହି ଫିଲ୍ମର ପୋଷ୍ଟର ଆଙ୍କିଛନ୍ତି । ନିର୍ଦ୍ଦେଶକ ବିବେକ ରଞ୍ଜନ ଅଗ୍ନିହୋତ୍ରୀ ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇ ମହିଳାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ମଞ୍ଜୁ ସୋନି ନାମକ ଜଣେ ମହିଳା କଶ୍ମୀର ଫାଇଲ୍ସ ଫିଲ୍ମ ଦେଖିବା ପରେ ନିଜ ରକ୍ତରେ ଫିଲ୍ମର ପୁରା ପୋଷ୍ଟର ଆଙ୍କିଥିଲେ। ରିପୋର୍ଟ ଅନୁସାରେ ମଞ୍ଜୁ ସୋନି ଫାଇନ ଆର୍ଟ ଇଷ୍ଟିଚ୍ୟୁଟ ପରିଚଳାନା କରିନ୍ତି । ଦ କଶ୍ମୀର ଫାଇଲ୍ସ ଫିଲ୍ମ ତାଙ୍କୁ ଅଧିକ ପ୍ରଭାବିତ କରିଥିଲା।ଫିଲ୍ମ ଦେଖିବା ପରେ ମଞ୍ଜୁ ସୋନି କିଛି ଭିନ୍ନ କରିବାକୁ ବିଚାର କରୁଥିଲେ। ଅନେକ ଲୋକେ ରଙ୍ଗରେ ଚିତ୍ର ଆଙ୍କିଥାନ୍ତି, କିନ୍ତୁ ତାଙ୍କ ମନରେ କିଛି ଅଲଗା କରିବାର ବିଚାର ଆସିଥିଲା। ଏବଂ ନିଜ ରକ୍ତରେ ପୁରା ପୋଷ୍ଟର କରିଥିଲେ। ବିବେକ ଅଗ୍ନିହୋତ୍ରୀ ପୋଷ୍ଟର ସହ ମଞ୍ଜୁ ସୋନିଙ୍କ ଫଟୋ ସେୟାର କରି ଧନ୍ୟବଦା ଜଣାଇଛନ୍ତି।