ନିଦ୍ରାରେ ଗୋକର୍ଣ୍ଣପୁର ସରପଞ୍ଚ
ଆଜିକୁ ନିର୍ବାଚନ ସରି ସରପଞ୍ଚ ରୂପେ ପଦ ପାଇ ନିଦ୍ରା ରେ ଶୋଇପଡ଼ିଲେ ବୋଧେ ଗୋକର୍ଣ୍ଣପୁର ସରପଞ୍ଚ।ନା କୌଣସି କାର୍ଯ୍ୟ ହେଉଛି ନା କୌଣସି ଲୋକଙ୍କ କଥା ରହୁଛି। ଲୋକ ବହୁତ୍ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି।ସରପଞ୍ଚ ନିଜ ପାଇଁ ନା ଲୋକଙ୍କ ପାଇଁ ତାହା ଗାଁ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଠି କରୁଛି।ଯୋଜନା ଆସୁଛି କିନ୍ତୁ କାର୍ଯ୍ୟ ଶୁନ ବୋଧେ ଫେକ୍ ବିଲ ବି ହେଉଥିବ ତାହା ମଧ୍ୟ ଏକ ପ୍ରଶ୍ନର କଥା। ନଳ ନର୍ଦ୍ଦମା ସବୁ ଥିରେ ଅସୁବିଧା କିନ୍ତୁ ସରପଞ୍ଚ ଗାଁ ରେ ରହି ମଧ୍ୟ ଦେଖି ପାରୁନାହାନ୍ତି ଲାଗୁଛି ଯେମିତି ସେ ଶୋଇ ରହିଛନ୍ତି ଘରୁ ପଦାକୁ ବାହାରୁ ନାହାଁନ୍ତି । ମନ ଏହା ବ ହୁଏ ଯେମିତି କି ସରପଞ୍ଚ ପିସି ପାଇ ପାରୁ ନାହାଁନ୍ତି ସେଥି ପାଇଁ ଗ୍ରାମ ଉନ୍ନତି ର ପ୍ରଶ୍ନ ଉଠୁନି। ସେପଟେ ମୁଖ୍ୟ ମନ୍ତ୍ରୀ ସବୁଜ ସୁନ୍ଦର ଦେଶ ର ସ୍ବପ୍ନ ଦେଖିବା ବେଳେ ଏପଟେ ସରପଞ୍ଚ ନଜର ଅନ୍ଦାଜ କରି ପିସି ଲାଳସା ରେ ରହିଥିବେ ବୋଲି ଗାଁ ଲୋକଙ୍କ ମନରେ ରେ ଆସିଲାଣି। ଦେଖିବାକୁ ମିଳିଛି ନାଳ ସମସ୍ୟା ଦୂର ହେଉନି, ନାଳ ସଫା ହେଉନି, କି ଅଳିଆ ଆବର୍ଜନା ର ସଫା ନାହିଁ, ସେପଟେ ବ୍ଲିଚିଂ ପାଉଡର ପକେଇବା ତ ଦୂର କଥା ଦେଖିବାକୁ ମଧ୍ୟ ମିଳୁନି ମାନେ ହୁଏ ଯେପରି ବ୍ଳିଚିଂ ପାଉଡର ବୋଧେ ବିକ୍ରି କରିଦେଇ ପଇସା ଖାଇ ଦେଇଥିବେ ବୋଲି ଚର୍ଚା ମଧ୍ୟ ଗ୍ରାମରେ ଜୋର୍ ଧରୁଛି। ଏହି ଭଳି ସରପଞ୍ଚ ଙ୍କୁ କହିବାକୁ ମଧ୍ୟ କେହି ନାହିଁ ନା ବିଡ଼ିଓ ନା ବିଧାୟକ,ନା ମନ୍ତ୍ରୀ ନା ତନ୍ତ୍ରୀ ଯାହା ଫଳରେ ସରକାରଙ୍କ ସବୁଜ ସୁନ୍ଦର ସହର ବୋଧେ ସ୍ବପ୍ନ ହୋଇ ରହିଯିବ ଏହା ଭାବିବା କିଛି ଭୁଲ ହେବନି।ତେଣୁ ଗାଁ ଲୋକ ମାନେ ଅନୁରୋଧ କରିଛନ୍ତି ଏହାର ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ ଏବଂ ସବୁଜ ସୁନ୍ଦର ଆମ ଗାଁ ହେଉ।