ନିମ୍ନମାନର ରାସ୍ତା ନିର୍ମାଣ କାମ, ମାତ୍ର ୨ ଦିନ ପରେ ହାତମାରିଲେ ଉଠିଯାଉଛି ପିଚୁ lକନିଷ୍ଠ ଯନ୍ତ୍ରୀ ଙ୍କ ଉପସ୍ଥିତିରେ ହେଉଛି ଏଭଳି କାମ l
ଥୁଆମୂଳ ରାମପୁର, ୩୧/୧୨-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ଗ୍ରାମପଞ୍ଚାୟତ ସ୍ଥିତ ଡ଼ାକକୋଟା ଭାରତ ଯାତ୍ରା ଠାରୁ ତୁକ୍ ଗୁଡ଼ା ଗ୍ରାମ ପର୍ଯ୍ୟନ୍ତ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ (ଆରଡି) ବିଭାଗର ରାସ୍ତାର ଉନ୍ନତିକରଣ ଓ ମରାମତି କାର୍ଯ୍ୟ ପାଇଁ ପାଖାପାଖି ୫ କିଲୋମିଟର ପର୍ଯ୍ୟନ୍ତ ୭୦ ଲକ୍ଷ୍ଯ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଜାଉଥିବା ରାସ୍ତାରେ ବ୍ୟାପକ ଅନିୟମିତତା ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି,
ଅଭିଯୋଗ ଅନୁସାରେ ପିଚୁ ପଡ଼ି ଦୁଇ ଦିନ ନ ହେଉନୁ ରାସ୍ତାର ସବୁ ପିଚୁ ଉଠି ଯାଉଛି ବିଭାଗୀୟ ଅଧିକାରୀ ଏବଂ ଠିକ ସଂସ୍ଥା କୁ ଗ୍ରାମବାସୀ ଅଭିଯୋଗ କରିଥିଲେ ମଧ୍ୟ ସେମାନେ ଶୁଣିବାକୁ ନାହିଁ l ମନଇଚ୍ଛା କାମ କରାଯାଇ ସରକାରୀ ଅର୍ଥ କୁ ବିଭାଗୀୟ ଯନ୍ତ୍ରୀ ଏବଂ ଠିକ ସଂସ୍ଥା ହରିଲୋଟ୍ କରିବାର ଯୋଜନା କରୁଥିବା ଏଠାରୁ ଅନୁମାନ କରାଯାଉଛି l ନିମ୍ନମାନର ପିଚୁ (କେମିକାଲ ) ସହ ସଠିକ୍ ଭାବରେ ଲୋଲାର ଚଲାଇବା କମିଯାଉଛି। ଏହାଫଳରେ ସବୁ ପିଚୁ ଉଠି ଯାଉଥିବା ଦେଖିବାକୁ ମିଳୁଛି l ଅପରପକ୍ଷରେ ରାସ୍ତାର ଉନ୍ନତି କାର୍ଯ୍ୟ ପାଇଁ ସରକାର କୋଟି କୋଟି ଟଙ୍କାର ରାଜସ୍ବ ଖର୍ଚ୍ଚ କରୁଥିବା ବେଳେ ଏଠି ବିକାଶ ନାଁରେ ବିନାସ ହେଉଥିବା ଦେଖିବାକୁ ମିଳୁଛି। ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀ ଓ ଠିକାଦାର ଉଭୟଙ୍କ ମଧୁଚନ୍ଦ୍ରିକାରେ ସରକାରୀ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରାଯାଉଛି। ରାସ୍ତା ମରାମତି କାର୍ଯ୍ୟରେ ଅତି ନିମ୍ନମାନର ପିଚୁ ବିଛାଯାଉଥିବାରୁ ରାସ୍ତାର ସ୍ଥାୟୀତ୍ବ କୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।କାମ କରିବାର ମାତ୍ର ଦୁଇ ଦିନ ପରେ ରାସ୍ତାରୁ ଉଠି ପଡ଼ିଲାଣି ପିଚୁ ।

ପୂର୍ବରୁ ଭଲ ଥିବା ରାସ୍ତାରେ ନାମକୁ ମାତ୍ର ପିଚୁ ଢଳେଇ ରାସ୍ତାର ଅବସ୍ଥା ଆହୁରି ଅତି ଶୋଚନୀୟ ହେବାକୁ ବସିଛି। ଯାହା କି ଦୁର୍ଘଟଣାକୁ ପୁଣି ଆମନ୍ତ୍ରଣ କରାଯାଉଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଉକ୍ତ ରାସ୍ତା ଉପରେ ପ୍ରାୟ ୫ ରୁ ୮ ଖଣ୍ଡ ଗ୍ରାମର ଲୋକ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି । ଏଭଳି ଗ୍ରାମ ରହିଛି ତୁନାପାରି, ଭଟାଗୁଡ଼ା, ଥୁଆମୂଳ, ଖମାର ପଦର, ମର୍ଦି ଗୁଡ଼ା, ଗୁଞ୍ଜି ଗୁଡ଼ା ଆଦି ଅଞ୍ଚଳର ସହ ସହ ଲୋକ ଦୈନନ୍ଦିନ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ଏଣୁ ଉକ୍ତ ରାସ୍ତାଟି ବହୁ ଗୁରୁତ୍ବ ବହନ କରୁଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଆମ ପ୍ରତିନିଧି ରାସ୍ତାର ମରାମତି କାମ ଉପରେ ଖବର ସଂଗ୍ରହ କରିବାପାଇଁ ଯାଇ ଦେଖିଲେ କି ଗୋଟେ ଇଞ୍ଚ୍ ମଧ୍ୟ ପିଚୁ ପଡ଼ି ନାହିଁ l

ଏଠାରେ ଆଶ୍ଚର୍ଯ୍ୟ ଲାଗିଲା ଭଳି ଘଟଣା ଏହାକି ଯେ ଦାୟିତ୍ଵ ରେ ଥିବା କନିଷ୍ଠ ଯନ୍ତ୍ରୀ ଠିକା ସଂସ୍ଥା ଙ୍କୁ କୌଣସି ତାଗିଦ୍ କରୁନ ଥିବାରୁ ଅଞ୍ଚଳବାସୀଙ୍କ ମନରେ ଅନେକ ପ୍ରକାର ସନ୍ଦେହ ଜାତ ହେଉଛି l ଗଣମାଧ୍ୟମ ପ୍ରତିନିଧି ଉକ୍ତ କାମର ଖବର ସଂଗ୍ରହ ପାଇଁ ଯାଇଥିବା ଯନ୍ତ୍ରୀ ମନୋଜ ନାୟକ ଜାଣି ତରବରିଆ ହୋଇ ଆସି କାମ ଭଲଭାବରେ କରାଇଲା ଭଳି ଅଭିନୟ କରୁଥିବା ସହ ଫୋଟୋ କିମ୍ବା ଭିଡ଼ିଓ ନ କରିବାକୁ ପ୍ରୟାସ କରୁଥିଲେ l ପରେ ଏ ସମ୍ପର୍କରେ ପଚାରିବାରୁ ମେଣ୍ଟେନାନ୍ସ ପାଇଁ ୫ଲିକୋମିଟର ରାସ୍ତାର ମରାମତି ବାବଦକୁ ୭୦ ଲକ୍ଷ ଟଙ୍କା ଆସିଛି । ମୁଁ ନିଜେ ପ୍ରାୟ ସମୟ ନିର୍ମାଣ କାର୍ଯ୍ୟରେ ଉପସ୍ଥିତ ରହୁଛି ଭଲ କାମ ହୋଇଛି ଏବଂ ଏକ ଇଞ୍ଚ ଲେଖା ପିଚୁ ପଡୁଛି । ଯଦି ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ କୌଣସି ସ୍ଥାନରେ ଖରାପ କାମ ହୋଇଛି ତେବେ ପୁନର୍ବାର କାମ କରାଜିବ ବୋଲି କହିଥିଲେ l ତେବେ ଦେଖିବାକୁ ବାକି ରହିଲା ସତରେ ଭଲ କାମ ହଉଛି ନା ମାସେ ନ ପୂରୁଣୁ ରାସ୍ତାର ଅବସ୍ଥା କେଉଭଳିଆ ହେଉଛି ତାହା ସମୟ କହିବ