ନିଲାମ ହେବ ସନ୍ନି ଦେଓଲଙ୍କ ବଙ୍ଗଳା

ସନ୍ନି ଦେଓଲଙ୍କ ବାସଭବନ ଶୀଘ୍ର ନିଲାମ ହେବାକୁ ଯାଉଛି। ମୁମ୍ବାଇର ଜୁହୁ ସ୍ଥିତ ସନିଙ୍କ ବଙ୍ଗଳା ନିଲାମ ହେବା ନେଇ ଖବରକାଗଜରେ ବିଜ୍ଞାପନ ପ୍ରକାଶ ପାଇଛି।  ସନ୍ନି ଦଓ୍ବେଲଙ୍କ ଉପରେ ଏକ ଅଭିଯୋଗ ରହିଛି ଯେ ସେ ବ୍ୟାଙ୍କରୁ ବିପୁଳ ପରିମାଣର ଋଣ ନେଇଥିଲେ, ଯାହାକୁ ସେ ଫେରସ୍ତ କରିପାରି ନ ଥିଲେ। ସନ୍ନି ଦେଓଲ ୨୦୧୬ରେ ଏହି ବଙ୍ଗଳାର କାଗଜପତ୍ର ଦେଇ ଲୋନ ନେଇଥିଲେ, ଯାହା ଏବେ ୫୬ କୋଟି ଟଙ୍କା  ବକେୟା ରହିଛି।

ବ୍ୟାଙ୍କ ଏବେ ବିଜ୍ଞପ୍ତି ଜରିଆରେ ଇ-ଅକ୍ସନ ବିଷୟରେ ଏହାର ସୂଚନା ଦେଇଛି।ଋଣ ପାଇଁ ସନ୍ନି ମୁମ୍ବାଇର ଜୁହୁ ଅଞ୍ଚଳରେ ଅବସ୍ଥିତ ନିଜ ଘର ଯାହାର ନାମ ‘ସନି ଭିଲ୍ଲା’ ବନ୍ଧକ ଦେଇଥିଲେ। ଏହା ବଦଳରେ ତାଙ୍କୁ ବ୍ୟାଙ୍କକୁ ପ୍ରାୟ ୫୬ କୋଟି ଟଙ୍କା ଦେବାକୁ ପଡିବ, ଯାହା ଏପର୍ଯ୍ୟନ୍ତ ପ୍ରଦାନ କରାଯାଇ ନାହିଁ।ବ୍ୟାଙ୍କ ଅନୁଯାୟୀ, ସେପ୍ଟେମ୍ବର ୨୫ ତାରିଖରେ ଅପରାହ୍ନ ୧ଟାରୁ ୩ଟା ଭିତରେ ସନିଙ୍କ ଜୁହୁ ବଙ୍ଗଳାର ଇ-ନିଲାମୀ ହେବ। ବ୍ୟାଙ୍କ ନିଲାମ ପାଇଁ ସର୍ବନିମ୍ନ ମୂଲ୍ୟ ପ୍ରାୟ ୫୧ କୋଟି ୪୩ ଲକ୍ଷ ଟଙ୍କା ରଖିଛି।