ନିଶ ରଖିବାକୁ ଏହି ମହିଳା ଭଲ ପାଆନ୍ତି। ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା।
ସଂପ୍ରତି ମହିଳାଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।ମହିଳା ଜଣକ କେରଳର କୁନ୍ନୁର ଜିଲ୍ଲା ବାସିନ୍ଦା। ୩୫ ବର୍ଷୀୟ ଏହି ମହିଳାଙ୍କ ନାମ ଶାୟଜା। ତାଙ୍କ ମୁହଁରେ ନିଶ ରଖିବା ଭଲ ଲାଗେ ବୋଲି ସେ କହିଛନ୍ତି।
ରିପୋର୍ଟ ଅନୁଯାୟୀ, ତାଙ୍କ ଓଠ ଉପରେ ଚୁଟି ଶୀଘ୍ର ବଢି ଯାଉଛି। ଏହା ବ୍ୟତୀତ ତାଙ୍କର ଭ୍ରୁଲତା(ଆଖିପତା ଉପର)ର ଚୁଟି ମଧ୍ୟ ଶୀଘ୍ର ଉଠିଯାଉଛି। ଧିରେ ଧିରେ ଶାୟଜା ଏଥିରେ ଖାପ ଖୁଆଇ ନେଇଥିଲେ। ଏବେ ସେ ଚୁଟିକୁ ସଫା କରୁ ନାହାନ୍ତି। ଏଥିପାଇଁ ତାଙ୍କୁ ଘର ଲୋକଙ୍କଠୁ ଗାଳି ଶୁଣିବାକୁ ପଡିଥାଏ। ଲୋକେ ତାଙ୍କୁ ଏହାକ ନେଇ ଅନେକ ପ୍ରଶ୍ନ କରୁଛନ୍ତି।
ଶାୟଜାଙ୍କ କହିବା କଥା ପ୍ରଥମେ ପ୍ରଥମେ ସେ ନିଜର ଫେସିୟାଲ ହେୟାର୍ସକୁ ସର୍ବଦା ସଫା କରୁଥିଲେ। ମାତ୍ର ପାଖାପାଖି ପାଞ୍ଚ ମାସ ହେବ ସେ ଆଉ ସଫା କରୁ ନାହାନ୍ତି। ତାଙ୍କ ଆଖିପତା ଉପରର ଚୁଟି ଅଧିକ ଘନ ହେବାରୁ ଶାୟଜା ଏହାକୁ ସଫା କରିବା ବନ୍ଦ କରି ଦେଇଥିଲେ। ଏବେ ତାଙ୍କୁ ଚୁଟି ରଖିବାକୁ ଭଲ ଲାଗୁଛି।