ନୁନରେଶ ଗ୍ରାମର ବିଭିନ୍ନ ସମସ୍ୟାର ସମାଧାନ ନେଇ ଗ୍ରାମବାସୀ ବିଡିଓ ପାଖରେ ଲିଖିତ ଅଭିଯୋଗ I
ଥୁଆମୂଳ ରାମପୁର, ୦୯/୧୦-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ସ୍ଥିତ ନୁନରେଶ ଗ୍ରାମର ବିଭିନ୍ନ ସମସ୍ୟା ର ସମାଧାନକୁ ନେଇ ଗୁରୁବାର ଗ୍ରାମବାସୀଙ୍କ ପକ୍ଷରୁ ବିଡ଼ିଓ ଧ୍ରୁବ ଚରଣ ମୁଦୁଲିଙ୍କୁ ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ଅଭିଯୋଗରୁ ଜଣାପଡିଛି ଯେ, ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଖାକେଶ ଏସଏଚ୍ ୪୪ ନମ୍ବର ରାସ୍ତା ଠାରୁ ନୁନରେଶ ଗ୍ରାମକୁ ପାଖାପାଖି ୩ କିଲୋମିଟର ପର୍ଯ୍ୟନ୍ତ ହେବ ରାସ୍ତା ଖାଲଢିପ କାଦୁଅରେ ପଚପଚ ହୋଇ ରାସ୍ତା ମରଣ ଯନ୍ତା ପାଲଟି, ଏମିତି କି ଗତ ୨ତାରିଖ ଦିନ ପ୍ରବଳ ବର୍ଷ ହେତୁ ରାସ୍ତା କଡର ମାଟି ଅତଡ଼ା ସହ ବଡ଼ ବଡ଼ ପଥର ସବୁ ଖସି ରାସ୍ତା ଅବରୋଧ କରିଛି, ଯାହାଫଳରେ ପଥଚାରୀଙ୍କ ଠାରୁ ଆରମ୍ଭ କରି ଜରୁରୀ କାଳୀନ ସ୍ବାସ୍ଥ୍ୟ ବ୍ୟବସ୍ଥା ପାଇଁ ରୋଗୀ ହେଉ କିମ୍ବା ଗର୍ଭବତୀ ମହିଳାଙ୍କ ସମେତ ଅନେକ ଜନସାଧାରଣ ବିଭିନ୍ନ ସମୟରେ ନାହିଁନଥିବା ଅସୁବିଧା ଭାଗୁଛନ୍ତି, ଏହାର ଉଚିତ ତଦନ୍ତ କରି ନୁତନ ରାସ୍ତା ନିର୍ମାଣ ପାଇଁ ବ୍ଯବସ୍ଥା କରି ଲୋକଙ୍କୁ ଗମନ ଗମନର ସୁବିଧା ଯୋଗାଇ ଦିଆଯିବା ସହିତ ଦେଶ ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ମଧ୍ୟ ଆମ ଗ୍ରାମରେ ବିଦ୍ଯୁତ ଆଲୋକର ନାଗନ୍ଧ ନାହିଁ, ଯଥାଶୀଘ୍ର ବିଦ୍ଯୁତ ଆଲୋକ ସୁବ୍ଯବସ୍ଥା କରାଯାଉ, ସେହିଭଳି ଗ୍ରାମରେ ବସୁଧା ଯୋଜନାରେ ଓଭର ହେଡ ଟାଙ୍କି ନିର୍ମାଣର ଦୀର୍ଘ ୩ ବର୍ଷ ଅତିକ୍ରମ କରିସାରିଛି ହେଲେ ପାନୀୟ ଜଳ ଯୋଗାଣ ଏପର୍ଯ୍ୟନ୍ତ ହୋଇପାରିନାହିଁ, ଯାହାଫଳରେ ଆମ୍ଭେ ଗ୍ରାମବାସୀ ବିଭିନ୍ନ ନଈନାଳ ରୁ ଦୁଷୀତ ଜଳକୁ ପାନୀୟ ଜଳ ଭାବରେ ସଂଗ୍ରହ କରୁଛୁ ବୋଲି ଦରଖସ୍ତରେ ଉଲ୍ଲେଖ କରି ବିଡ଼ିଓ ଙ୍କୁ ଦେଇଛନ୍ତି l ତେବେ ଏହି ନାଳ ନର୍ଦ୍ଦମା ପାଣି ଯୋଦି ଏହି ଗ୍ରାମ ବାସୀ ବ୍ୟବହାର କରନ୍ତି ହେଲେ ଏହାଦ୍ବାରା ଅଜଣା ରୋଗ ବ୍ଯାପିବା ଘଟଣାକୁ କେହି ମଧ୍ୟ ଅସ୍ବୀକାର କରିପାରିବେ ନାହିଁ, ତେଣୁ ନୁନରେଶ ଗ୍ରାମର ଏହି ସବୁ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ଯୁଦ୍ଧ କାଳୀନ ସ୍ଥିତିରେ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସାଧାରଣରେ ଦାବୀ ହେଉଛି l ଏହି ଦରଖାସ୍ତ ଦେବା ସମୟରେ ନୁନରେଶ ଗ୍ରାମର ମୂତେ ସିଂ ମାଝୀ, ସୁନା ସିଂ ମାଝୀ, ସୁରେନ୍ଦ୍ର ନାଏକ, ଟିପାଙ୍ଗ ମାଝୀ, ସୁମନ୍ତ ନାଏକ, ବାସନ୍ତୀ ନାଏକ ପ୍ରମୁଖ ଉପସ୍ଥିତ ଥିଲେ l