ନୂଆ ପେଟ୍ରୋଲ-ଡିଜେଲ ଦାମ୍ ଜାରି କଲେ କମ୍ପାନୀ
କମିଛି ଅଶୋଧିତ ତୈଳ ଦର । ବ୍ୟାରେଲ ପିଛା ଦାମ୍ ଧିରେଧିରେ କମିବା ଆରମ୍ଭ କରିଛି । ଏହାମଧ୍ୟରେ ଦେଶର ବିଭିନ୍ନ ତୈଳ କମ୍ପାନୀ ସୋମବାର ନୂଆ ଦର ଜାରି କରିଛନ୍ତି ।
କିଛି ଦିନ ହେଲା ଋଷ ଓ ୟୁକ୍ରେନ ଯୁଦ୍ଧ ଯୋଗୁଁ ଅଶୋଧିତ ତୈଳ ଦର ବଢିବାରେ ଲାଗିଥିଲା । ହୁହୁ ହୋଇ ବଢିଥିଲା ଦାମ୍ । କିଛି ବିଶେଷଜ୍ଞ ନିର୍ବାଚନ ସରିବା ପରେ ଘରୋଇ ବଜାରରେ ଏହାର ପ୍ରଭାବ ପଡିବା ସହ ତୈଳ ଦର ବଢିବ ବୋଲି କହୁଥିଲେ । କିନ୍ତୁ ସୋମବାର ଜାରି ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ଗତ ୩ ମାସ ଧରି ତୈଳ ଦର ଅପରିବର୍ତ୍ତିତ ରହିଛି । ଦିଲ୍ଲୀରେ ପେଟ୍ରୋଲ ଦର ୯୫.୪୧ ଟଙ୍କା ଥିବା ବେଳେ ଡିଜେଲ ଦାମ୍ ୮୬.୬୭ ରହିଛି ।
ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ଲିଟର ପିଛା ୧୦୯.୯୮ ଟଙ୍କା ଥିବା ବେଳେ ଡିଜେଲ ଦର ରହିଛି ୯୪.୧୪ ଟଙ୍କା । କୋଲକାତାରେ ପେଟ୍ରୋଲ ଦାମ୍ ୧୦୪.୬୭ ଟଙ୍କା ଥିଲା ବେଳେ ଡିଜେଲ ୮୯.୭୯ ଟଙ୍କା ରହିଛି । ସେହିପରି ଚେନ୍ନାଇରେ ପେଟ୍ରୋଲ ଦର ୧୦୧.୪୦ ଟଙ୍କା ଥିଲା ବେଳେ ପେଟ୍ରୋଲ ୯୧.୪୩ ଟଙ୍କା ରହିଛି । ଭୁବନେଶ୍ୱରରେ ମଧ୍ୟ ପୂର୍ବଦିନ ପରି ଦର ଅପରିବର୍ତ୍ତିତ ରହିଛି । ଏଠାରେ ପେଟ୍ରୋଲ ୧୦୧ ଟଙ୍କା ୪୦ ପଇସା ରହିଛି ।