ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଅନୁଷ୍ଠିତ।

ଜୟପାଟଣା ୦୬/୦୧ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବଡ଼କର୍ଲାକୋଟ ଗ୍ରାମ ପଞ୍ଚାୟତ ରେ ଆଜି ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଅନୁଷ୍ଠିତ। ହୋଇଯାଇଛି। ପ୍ରଥମେ ଶୁଣ୍ଡିପଡ଼ା ସ୍ଥିତ ମାଁ ଛୋଟି ମାଉଲି ଦେବୀ ମନ୍ଦିରରେ ପୂଜା ପାଠ କରି ସରପଞ୍ଚ ଶ୍ରୀମତୀ ଚଞ୍ଚଳା ନାଏକ ମଶାଲ ଧରି ଶୋଭାଯାତ୍ରା ବାହାର କରି ପରିକ୍ରମା କରି ପଞ୍ଚାୟତ ଅଫିସକୁ ପହଞ୍ଚି ଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ବଡ଼କର୍ଲାକୋଟ ସରପଞ୍ଚ ଶ୍ରୀମତୀ ଚଞ୍ଚଳା ନାଏକ ଥିବା ବେଳେ ମୁଖ୍ୟବ୍ୟକ୍ତା ଭାବରେ ହୀରାଧର ନାଏକ, ଅତିଥି ଭାବରେ ଅନିରୁଦ୍ଧ ନାଏକ, ଜଗମୋହନ ପଟ୍ଟନାୟକ, ଭିବିଷଣ ନାଏକ, ତୁଳାରାମ ରଣା, ବେଲଧର ନାଏକ, ମଞ୍ଚ ପରିଚାଳନା କରିଥିଲେ ତ୍ରିନାଥ ନାଏକ ଓ ବଡ଼କର୍ଲାକୋଟର ସମସ୍ତ ୱର୍ଡ ମେମ୍ବର ସହ ବିଦ୍ୟାଳୟ ର ଶିକ୍ଷକ ସହ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ନିଜ ପଞ୍ଚାୟତ ର କଳା ସାହିତ୍ୟ ସଂସ୍କୃତି ଓ ଇତିହାସ କୁ ବଜେଇ ରଖିବା ପାଇଁ ବିଭିନ୍ନ ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରିଥିଲେ। ପଞ୍ଚାୟତ ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ ନିଜ ନିଜ ପ୍ରତିଭା କୁ ପ୍ରଦର୍ଶନ କରିଥିଲେ। ଶେଷରେ ମଞ୍ଚାସିନ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ ଓ ସରପଞ୍ଚ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ