‘ପଠାନ’ ୨୨ ମାର୍ଚ୍ଚ ୨୦୨୩ରେ ଡିଜିଟାଲ ଫ୍ଲାଟଫର୍ମରେ ରିଲିଜ ହେବାକୁ ଯାଉଛି ।
ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି। ଯେଉଁମାନେ OTT ରେ ଏହି ଚଳଚ୍ଚିତ୍ରର ରିଲିଜ୍କୁ ଅପେକ୍ଷା କରିଛନ୍ତି। ‘ପଠାନ୍’ ୨୨ ମାର୍ଚ୍ଚ ୨୦୨୩ରେ ଡିଜିଟାଲ୍ ପ୍ଲାଟଫର୍ମରେ ମୁକ୍ତିଲାଭ କରିଛି।ଶାହାରୁଖ ଖାଁଙ୍କ କମବ୍ୟାକ ବ୍ଲକବୁଷ୍ଟର ମୁଭି ୨ ଜାନୁୟାରୀ ୨୦୨୩ରେ ସିନେମା ହଲରେ ରିଲିଜ ହୋଇଥିଲା । ଫିଲ୍ମର ପ୍ରିମିୟର ୨୨ ମାର୍ଚ୍ଚରେ ଓଟିଟି ପ୍ଲାଟଫର୍ମରେ ପ୍ରାଇମ ଭିଡିଓରେ ଆସିବ ।
ଏହାକୁ ନେଇ ପ୍ରାଇମ ଭିଡିଓ ତା’ର ଇନଷ୍ଟାଗ୍ରାମ ପେଜରେ ଫିଲ୍ମର ପୋଷ୍ଟର ଶେୟାର କରି ଏହି ସୂଚନା ଦେଇଛି ।‘ପଠାନ୍’ ୟଶ ରାଜ ବ୍ୟାନରର ସ୍ପାଏ ୟୁନିଭର୍ସର ଏକ ଅଂଶ । ଶାହରୁଖ ଖାନ, ଦୀପିକା ପାଦୁକୋନ, ଜନ୍ ଅବ୍ରହାମଙ୍କ ବ୍ୟତୀତ ଡିମ୍ପଲ୍ କାପାଡିଆ ଏବଂ ଆଶୁତୋଷ ରାଣାଙ୍କୁ ଦେଖିବାକୁ ମିଳିଥିଲା। ଏହା ସହ ସଲମାନଙ୍କୁ ମଧ୍ୟ ‘ପଠାନ’ରେ ଏକ କ୍ୟାମିଓ ଭୂମିକା ରହିଛି।