ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଭକ୍ତଙ୍କୁ ସେବା ଯୋଗାଇ ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀ ।

କେନ୍ଦୁଝର:୧୫/୧୧/୨୦୨୪; ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଶ୍ରଦ୍ଧାଳୁମାନେ ରାତି ୨ଟାରୁ ଉଠି ସ୍ନାନାଦି ଶେଷ କରି ଘର ଆଗରେ, ଚଉରାମୂଳେ ମୁରୁଜ ପକାଇ ପୂଜାର୍ଚ୍ଚନା ସାରି ଡଙ୍ଗା ଭସାଇଥିବାର ସୂଚନା ରହିଛି । ସେହିପରି କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପବିତ୍ର ତୀର୍ଥସ୍ଥଳୀ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ପାପ ନାଶିନୀ ହାଡିବନ୍ଦରେ ସ୍ନାନ କରି ସମସ୍ତ ଶ୍ରଦ୍ଧାଳୁ ଡ଼ଙ୍ଗା ଭସାଇ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । କାର୍ତ୍ତିକ ମାସ ଭଗବାନ ବିଷ୍ଣୁଙ୍କର ଅତିପ୍ରିୟ ମାସ । ଏହି ଭିଡକୁ ଦେଖି ଜିଲ୍ଲା ଆଦିତ୍ୟ ବାହିନୀର ଖେତ୍ରିୟ ସମ୍ପାଦକ ପ୍ରହଲ୍ଲାଦ ମହାନ୍ତ ଙ୍କ ନେତୃତ୍ୱରେ ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀ ର ସମସ୍ତ ସଦସ୍ୟ ସଦସ୍ୟା ମାନେ ଭକ୍ତମାନଙ୍କୁ ଲାଇନ ରେ ଶାନ୍ତି ସୁଙ୍ଖଳା ସହିତ ଶ୍ରୀ ଜଗନ୍ନାଥ ଙ୍କୁ ଦର୍ଶନ କରିଥିଲେ। ତନ୍ମଧ୍ୟରୁ ଶେଷ ୫ ଦିନ ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଅତ୍ୟନ୍ତ ପବିତ୍ର । କାର୍ତ୍ତିକ ମାସରେ ବୟସ୍କ ତଥା ଧର୍ମପ୍ରାଣ ଆବାଳ- ବୃଦ୍ଧ- ବନିତା ପ୍ରତ୍ୟହ ପ୍ରାତଃକାଳରେ ସ୍ନାନ ସମାପନ ପୂର୍ବକ ଦେବ ଦର୍ଶନରେ ଆତ୍ମବିଭୋର ହୋଇ ଉଠୁଥିବାର ଦେଖାଯାଏ । ପୂର୍ଣ୍ଣିମା ୫ ଦିନ ପଞ୍ଚ ପର୍ବ ବା ମହାପଞ୍ଚକ ନାମରେ ପରିଚିତ । ଏହି ୫ ଦିନ ପ୍ରତ୍ୟେକ ହିନ୍ଦୁ ଆମିଷ ପରିହାର ପୂର୍ବକ ଶ୍ରଦ୍ଧା ଭାବନା ତଥା ଧର୍ମୀୟ ମନୋଭାବରେ ଦେବତାଙ୍କୁ ପୂଜା କରିଥାନ୍ତି । କୁହାଯାଏ ଯେ, ଏହି ୫ ଦିନକାଳ ବଗ ମଧ୍ୟ ଆମିଷ ସ୍ପର୍ଶ କରେ ନାହିଁ । ସେ ଯାହା ହେଉନା କାହିଁକି ଏହି ମାସର ଶୁକ୍ଳପକ୍ଷ ଏକାଦଶୀ ଠାରୁ ପୂର୍ଣ୍ଣମୀ ୫ ଦିନ ଧରି ଅନୁଷ୍ଠିତ ମହାପଞ୍ଚକ ହିନ୍ଦୁମାନଙ୍କ ପାଇଁ ଧର୍ମଗତ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ।
ଆଦିତ୍ୟ ବାହିନୀର ପିତାମ୍ବର ମହାନ୍ତ,ଆନନ୍ଦ ବାହିନୀର ସମ୍ପାଦକ ରଶ୍ମି ମହାରଣା, ମିନା ନାଏକ, ଅପର୍ଣ୍ଣା ନାଏକ, ସୁକାନ୍ତି ନାଏକ, ପୁଷ୍ପାଞ୍ଜଳି ନାଏକ, ସୁମିତ୍ରା ନାଏକ, ଜସ୍ନା ରାଣୀ ନାଏକ, ସବିତା ମହାରଣା ସହଯୋଗ କରିଥିଲେ।