ପରମାଣୁ ଶକ୍ତି ସମ୍ପନ୍ନ ବୁଡ଼ାଜାହାଜ ନିର୍ମାଣ କରିବ ଭାରତ
ଅଥଳ ସମୁଦ୍ରରେ ଶତ୍ରୁକୁ ଚେକ୍ ଦେବ ସ୍ବଦେଶୀ ସବ-ମେରାଇନ । ଭାରତରେ ନିର୍ମାଣ ହେବ ଦୁଇଟି ପରମାଣୁ ସମ୍ପନ୍ନ ବୁଡ଼ା ଜାହାଜ । ୪୦ ହଜାର କୋଟି ଟଙ୍କାର ପ୍ରକଳ୍ପକୁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ବିଶାଖାପାଟଣାସ୍ଥିତ ଜାହାଜ ନିର୍ମାଣ କେନ୍ଦ୍ରରେ ଏହି ବୁଡ଼ାଜାହାଜ ନିର୍ମାଣ କରାଯିବ। ଏଥିପାଇଁ ଘରୋଇ କମ୍ପାନୀ ଲାର୍ସନ ଆଣ୍ଡ ଟର୍ବୋର ସହାୟତା ନିଆଯାଇପାରେ। ୯୫ ପ୍ରତିଶତ ସ୍ଵଦେଶୀ ଜ୍ଞାନକୌଶଳର ଉପଯୋଗ କରାଯିବ। ଅରିହନ୍ତ ଶ୍ରେଣୀର ବୁଡ଼ାଜାହାଜଠାରୁ ଏହା ଅଲଗା ହେବ। ଉଚ୍ଚସ୍ତରୀୟ ଜାହାଜ ପ୍ରଯୁକ୍ତିବିଦ୍ୟା ପ୍ରକଳ୍ପ ଅଧୀନରେ ଏହାର ନିର୍ମାଣ କରାଯିବ।ଏହି ବୁଡ଼ାଜାହାଜ ଭାରତ ମହାସାଗର ଏବଂ ଚୀନ ସାଗରରେ ଶତ୍ରୁ ଦେଶକୁ ଚେକ୍ ଦେବ । ବର୍ତ୍ତମାନ ଦୁଇଟି ପରୁମାଣୁ କ୍ଷମତା ସମ୍ପନ୍ନ ବୁଡ଼ାଜାହାଜ ନିର୍ମାଣ କରାଯିବ । ଏହି ସବ୍-ମେରାଇନ ସଫଳ ହେବେ ପରେ ଆଉ 4ଟି ବୁଡ଼ାଜାହାଜ ନିର୍ମାଣ କରାଯିବ । ପ୍ରତିରକ୍ଷା ବିଭାଗ କିଛି ଦିନ ପୂର୍ବରୁ SSBN ବା ପରମାଣୁ କ୍ଷମତା ସମ୍ପନ୍ନ ବୁଡାଜାହାଜ INS ‘ଅରିଘାତ’ର କମିଶନ କରିଥିଲେ ।