ପରଲୋକ ରେ ବଲିଉଡ ଜଗତର ବର୍ଷୀୟାନ ଅଭିନେତା ଅରୁଣ ବାଲି।
ଆଜି ମୁମ୍ବଇରେ ଅରୁଣ ବାଲି ଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବୟସ ବର୍ଷ ହୋଇଥିଲା।
ଅନେକ ହିନ୍ଦୀ ଚଳଚ୍ଚିତ୍ରରେ ନିଜର ଚମତ୍କାର ଅଭିନୟ ଦ୍ୱାରା ସେ ଦର୍ଶକଙ୍କ ଠାରୁ ଆରମ୍ଭ କରି ଅଭିନେତାଙ୍କ ହୃଦୟ ମଧ୍ୟ ଜିତିପାରିଥିଲେ।
ଅନେକ ରୋଗ କାରଣରୁ ଅରୁଣ ଦୀର୍ଘଦିନ ହେବ ଚିିକିତ୍ସାଧୀନ ରହିଥିଲେ। ଥ୍ରୀ ଇଡିଅଟ୍, ପାନିପତ, କେଦାରନାଥ,ହେ ରାମ,ପୋଲିସୱାଲା ଗୁଣ୍ଡା ଭଳି ଅନେକ ଚଳଚ୍ଚିତ୍ରରେ ନିଜର ଅଭିନୟର ଯାଦୁ ଦେଖାଇଛନ୍ତି ଅରୁଣ। ବହୁତ୍ ହିନ୍ଦୀ ଧାରାବାହିକ ରେ ମଧ୍ୟ ସେ ଅଭିନୟ କରି ଦର୍ଶକଙ୍କ ମନ ଜିଣି ଛନ୍ତି।ତାଙ୍କ ମୃତ୍ୟୁରେ ସିନେ ଜଗତରେ ଖେଳି ଯାଇଛି ଶୋକର ଛାୟା।