ପରିବେଶ ପଞ୍ଚାୟତ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ {ବୃକ୍ଷ ରୋପଣ କଲେ ବିଧାୟକ)

ପାଟଣା :(ବିଜୟ କୁମାର ମହାନ୍ତ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମୁଖ୍ୟାଳୟରେ ଥିବା ପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ପରିସରରେ ସମ୍ବାଦ ଗ୍ରୁପ ସହଯୋଗରେ ପରିବେଶ ପଞ୍ଚାୟତ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ରବିବାର ଦିନ ଅନୁଷ୍ଠିତ ହୋଇଯାଇଅଛି l ଏହି କାର୍ଯ୍ୟକ୍ରମକୁ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l ସଂମ୍ମାନିତ ଅତିଥିଭାବେ ପାଟଣା ବନ ବିଭାଗ ଅଧିକାରୀ ବନବିହାରୀ ସର୍ଦ୍ଧାର,ସମ୍ବାଦ ଜିଲ୍ଲା ପ୍ରତିନିଧି ସୁବ୍ରତ ସ୍ୱାଇଁ, ମହାବିଦ୍ୟାଳୟ ର ଅଧ୍ୟାପକ ଜଗନ୍ନାଥ ମହାନ୍ତ, କ୍ରୀଡା ଶିକ୍ଷକ କ୍ୟାପଟେନ ଧର୍ମେନ୍ଦ୍ର କୁମାର ସାହୁଙ୍କ ସହ ଏନ ସିସି ର ଛାତ୍ରଛାତ୍ରୀମାନେ ଏହି ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ l ଭବିଷ୍ୟତରେ ସେମାନେ ସୁସ୍ଥ ପରିବେଶ ଗଠନରେ ସେମାନଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ଅତିଥି ମାନେ ମତବ୍ୟକ୍ତ କରିବା ସହ ସଚେତନତା ସୃଷ୍ଟି ପାଇଁ ନଣ୍ଡା ପାହାଡ, ଖାଲି ଜାଗା, ଶିକ୍ଷା ଅନୁଷ୍ଠାନ ପରିସର ପଥ ପାର୍ଶ୍ଵରେ ବୃକ୍ଷରୋପଣ କରିବା ପାଇଁ ଆହ୍ୱାନ ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ପାଟଣା ସମ୍ବାଦ ପ୍ରତିନିଧି ମହେଶ୍ୱର ପୁଷ୍ଟି ସଂଯୋଜନା କରିଥିବା ବେଳେ ବିଞ୍ଜାପନ ଅଧିକାରୀ ପାର୍ଥ ସାରଥୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ମହାବିଦ୍ୟାଳୟର ପରିସରରେ ଔଷଧ ଓ ଫଳ ଫୁଲ ଗଛ ଆଦି ବୃକ୍ଷରୋପଣ କରାଯାଇଥିଲା ।ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ସାମ୍ବାଦିକ ବିଜୟ କୁମାର ମହାନ୍ତ ମୁଖ୍ୟ ସହଯୋଗ କରିଥିଲେ।