ପାକିସ୍ତାନ କୁ ପୁଣି ଲଜ୍ୟା କରିଛି ତାର ବିଫଳ ମିଶାଇଲ ।
ଛି ଲଜ୍ୟା ! କାରଣ ଗୁରୁବାର ଲଞ୍ଚ୍ କରିଥିବା ଏକ ମିସାଇଲ ଫେଲ୍ ମାରିଛି । ଏଏନଆଇ ଅନୁସାରେ, ସିନ୍ଧର ଜମସୁରୁ ଅଞ୍ଚଳରେ ଗୁରୁବାର ପାକିସ୍ତାନ ଦିନ ୧୨ଟାରେ ଏକ ମିସାଇଲ ପରୀକ୍ଷଣ କରିଥିଲା । କିନ୍ତୁ ଏହା ଆକାଶରୁ ଖସି ପଡିଥିଲା । ଯାହା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ ।
ସୋସିଆଲ ମିଡିଆର ସୂଚନା ଅନୁସାରେ, ମିସାଇଲକୁ ଟେଷ୍ଟିଂ ରେଞ୍ଜରୁ ଫାୟାରିଂ କରାଯାଇଥିଲା । ଏହାକୁ ୧୧ଟା ବଦଳରେ ୧୨ଟାରେ ଫାୟାରିଂ କରାଯାଇଥିଲା । ମାତ୍ର କିଛି ସେକେଣ୍ଡରେ ଏହା ଲକ୍ଷ୍ୟରୁ ଦୂରେଇ ବୁଲା ଖାନ ଅଞ୍ଚଳରେ ପଡିଯାଇଥିଲା । ପାକ୍ର ବିଭିନ୍ନ ଗଣମାଧ୍ୟମରେ ଏନେଇ ଖବର ଆସିବା ସତ୍ତ୍ୱେ କୌଣସି ଅଧିକାରୀ ଏବାବଦରେ ପ୍ରତିକ୍ରିୟା ଦେଇ ନାହାଁନ୍ତି ।
ଏପରିକି ସ୍ଥାନୀୟ ଅଧିକାରୀ କୌଣସି ମିସାଇଲ ପରୀକ୍ଷଣ ହୋଇନଥିବା କହୁଛନ୍ତି । ସ୍ଥାନୀୟ ପ୍ରଶାସନ କହିଛି ଯେ, ଏହା ଏକ ନିୟମିତ ମୋର୍ଟାର ଥିଲା । ଯାହାକୁ ପାଖରେ ଥିବା ସୀମାରୁ ମାଡ କରାଯାଇଥିଲା ।