ପାଗଳ ବ୍ୟକ୍ତିର ଉନ୍ମକ୍ତ କାଣ୍ଡ l୩ ବାଇକ୍ ଆରୋହୀଙ୍କୁ ଆକ୍ରମଣ,ଘଟଣାରେ ଗୁରୁତର ଡାକ୍ତରଖାନାରେ ଭର୍ତ୍ତି

ଥୁଆମୂଳ ରାମପୁର,୨୮|୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅଂଚଳରେ ଏକ ପାଗଳ ବ୍ୟକ୍ତିର ଉନ୍ମତ୍ତ କାଣ୍ଡର ପରିଣାମ ଦେଖିବାକୁ ମିଳିଛି l ଯାହାକୁ ଦେଖିଲା ତାହାକୁ ଆକ୍ରମଣ କରିବାରେ ଲାଗିଛି l ଲୋକେ ରାସ୍ତାରେ ଯାତାୟତ ପାଇଁ ଭୟ କରୁଛନ୍ତି l ଶନିବାର ସଂଧ୍ୟାରେ ଏଭଳି ଏକ ଘଟଣା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଡୁମେର ପଦର – ଥୁଆମୂଳ ରାମପୁର ମୁଖ୍ୟ ରାସ୍ତାରେ ଘଟିଛି l

ସୂଚନା ମୁତାବକ ବିରିକୋଟ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଲଙ୍ଗି ତେନ୍ତୁଳୀପଡା ଗ୍ରାମର ଗୌରୀ ନାଏକ (୪୫) ସ୍ବାମୀ ସୁବାସ ନାଏକ ଏବଂ ଅନିଲ ନାଏକ (୨୫) ପିତା ଚନ୍ଦ୍ର ନାଏକ ଓ କ୍ରିଷ୍ଣା ନାଏକ (୭) ପିତା ସୁବାସ ନାଏକ ଏମାନେ ସମସ୍ତେ ମିଶି କୌଣସି ଏକ କାମରେ ରାୟଗଡ଼ା ଜିଲ୍ଲା କାଶିପୁର ଥାନା ଅନ୍ତର୍ଗତ ମୁନୁସ ଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜାମଗୁଡ଼ା ଗ୍ରାମରୁ ନିଜ ଗାଁ ଫେରୁ ଥିବା ବେଳେ ଡୁମେରପଦର ଗ୍ରାମ ନିକଟରେ ଏକ ପାଗଳ ବ୍ୟକ୍ତି ସେ ମୁଖ୍ୟ ରାସ୍ତା ଦେଇ ବାଇକ୍ ରେ ଏମାନେ ଯାଉଥିବା ବେଳେ ଟେକା ପଥର ମାଡ଼ କରିଥିଲା l ଫଳରେ ଏମାନେ ସମସ୍ତେ ଗୁରୁତର ହୋପଡ଼ିଥିଲା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଣି ପ୍ରାଥମିକ ଚିକିତ୍ସା ଜାରି ରହିଛି। ଘଟଣାର ଖବର ପାଇ ଥୁଆମୂଳ ରାମପୁର ପୋଲିସ ମେଡିକାଲରେ ପହଞ୍ଚି ତଦନ୍ତ କରୁଥିବା ବେଳେ ଉକ୍ତ ପାଗଳକୁ କାବୁ କରି ଆଣିବାକୁ ଯୋଜନା କରୁଛି ବୋଲି ଥାନାର ସବ୍ ଇନ୍ସପେକ୍ଟର ରଶ୍ମିରଞ୍ଜନ ବାଗ ସୂଚନା ଦେଇଛନ୍ତି।