ପାଟଣା ରେ ରାବଣ ପୁଡି ମହୋଉତ୍ସବ ରେ ସାମ୍ବାଦିକ ସମ୍ବର୍ଦ୍ଧିତ କଲେ ବିଧାୟକ।
ପାଟଣା:(ବିଜୟ କୁମାର ମହାନ୍ତ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମୁଖ୍ୟାଳୟ ଷ୍ଟାଡିଅମ ପଡିଆରେ ରବିବାର ବିଜୟାଦଶମୀ ଅବସରରେ ରାବଣ ପୋଡି କମିଟି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟାଳୟ ଷ୍ଟାଡିଅମ ରେ ଆୟୋଜିତ ରାବଣ ପୋଡି ଉତ୍ସବ ରେ ଶ୍ରୀ ରାମ ,ଲକ୍ଷ୍ମଣ ଓ ହନୁମାନ ବେଶରେ କୁନି କୁନି ପିଲା ପହଞ୍ଚି ଥିଲେ। ରାବଣ ପୋଡି କମିଟି ତରଫରୁ ୩୦ଫୁଟ ଉଚ୍ଚର ରାବଣକୁ ପୋଡାଯାଇଥିଲା। ପାଟଣା ଥାନା ଅଧିକାରୀ ରାବଣ ପ୍ରତିମୂର୍ତ୍ତି ରେ ଅଗ୍ନି ସଂଯୋଗ କରିଥିଲେ। ଏହି ଅବସରରେ ଆୟୋଜିତ ସଭାରେ ପାଟଣା ବିଧାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପାଟଣା ସମ୍ବାଦର ସାମ୍ବାଦିକ ମହେଶ୍ୱର ପୁଷ୍ଟି ଏବଂ ସମାଜ ପ୍ରତିନିଧି ନୃସିଂହ ନାଥ,ଭରଷା ପରିବାର ସଭାପତି ଲମ୍ବଧର ମହାନ୍ତ ଙ୍କୁ ମାନ ପାନପତ୍ର ଓ ଉତରୀୟ ପୁଷ୍ପ ଗୁଚ୍ଛ ଦେଇ ବିଧାୟକ ସମ୍ବର୍ଦ୍ଧିତ କରିଥିଲେ।

ସମ୍ମାନିତ ଅତିଥି ଭାବେ ଅଜୟ କୁମାର ଦାଶ୍ ,ନବକିଶ୍ୱର ଦାଶ୍ , ଯୋଗ ଦେଇଥିଲେ। ଦୀନବନ୍ଧୁ ମିଶ୍ର ସଂଯୋଜନା କରିଥିଲେ।କମିଟି ପକ୍ଷରୁ ଆୟୋଜିତ ହୋଇଥିବା ସାଂକୃତିକ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କମିଟିର ସଭାପତି ବିଜୟ ରତ୍ନ ପତି,ସମ୍ପାଦକ ପ୍ରକାଶ କୁମାର ସେଠୀ ଙ୍କ ତତ୍ତ୍ୱାବଧାନରେ ଆୟୋଜନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗଦେଇ ପ୍ରତ୍ୟକ ବ୍ୟକ୍ତି ନିଜ ନିଜ ମଧ୍ୟରେ ଥିବା ରାବଣକୁ ମାରିବା ପାଇଁ ଏହି ପବିତ୍ର ସାଂସ୍କୃତିକ ପର୍ବର ମହତ୍ତ୍ଵ ରଖେ ବୋଲି କହିଥିଲେ। ମୁଖ୍ୟ ବକ୍ତା ଭାବେ ରାମଚନ୍ଦ୍ର ନାଏକ,ସାମାଜିକ କର୍ମୀ ଅଜୟ ଦାଶ୍, ଯୋଗ ଦେଇଥିଲେ,।ଏହି ଅବସରରେ ୨୦,ହଜାର ଲୋକ ସମାଗମ ହୋଇଥିଲା।