ପାଲା ମଣ୍ଡପରେ ମହିଳା ପାଲା ଗାୟିକା ଙ୍କୁ ଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ସମ୍ବର୍ଦ୍ଧିତ ।।
ପାଟଣା:କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟାଙ୍ଗରପଡ଼ା ଗ୍ରାମ ରେ ସର୍ବପୁରାତନ ଅନୁଷ୍ଠାନ ପକ୍ଷରୁ ଲକ୍ଷ୍ମୀପୂଜା କମିଟି ଦ୍ବାରା ମା” ଧନଦାତ୍ରୀ ଙ୍କୁ ପୂଜା ଅର୍ଚ୍ଚନା ଅନୁଷ୍ଟିତ ହୋଇଛି। ଏନେଇ ଅଂଚଳରେ ଉତ୍ସବ ମୁଖର ହୋଇଉଠିଛି । ଏହି ଅବସରେ କମିଟି ପକ୍ଷରୁ ଦୁଇଦିନ ଧରି ମହିଳା ବାଦୀ ପାଲା ଅନୁଷ୍ଠିତ ହୋଇଛି। ଏହି ମହିଳା ବାଦୀ ପାଲା ପରିବେଷଣ କରିଥିଲେ ଓଡ଼ିଶା ର ସୁନାମଧନ୍ୟ ପାଲା ଗାୟିକା ବାଗଦେବୀ ସୁଶ୍ରୀ ଚିନ୍ମୟୀ ଶତପଥୀ ଙ୍କ ଦ୍ଵାରା ଦୁଇ ଦିନ ଧରି ପାଲା ପରିବେଷଣ ହୋଇଥିଲା । ଗାୟିକା ମହାଶୟା ଙ୍କ ପାଲା ପରିବେଷଣ ଅତ୍ୟନ୍ତ ଉଚ୍ଚ କଟିର ହୋଇଥିବାରୁ । କମିଟି ତରଫରୁ ପାଲା ଗାୟିକା ଏବଂ ସମସ୍ତ ସାଥୀ ଙ୍କୁ ମାନପତ୍ର ଓ ଉପଢୌକନ ଦେଇ କମିଟି ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଥିଲା। କମିଟିର ସଭାପତି ରାଜେନ୍ଦ୍ର କୁମାର ବାରିକ, ସମ୍ପାଦକ ରାଜ କୁମାର ପଲେଇ, ଜଗନ୍ନାଥ ବାରିକ, ନିମାଇଁ ଚନ୍ଦନ ପଲେଇ, ଘନଶ୍ୟାମ ପଲେଇ, ଚନ୍ଦନ କୁମାର ବାରିକ, ମାୟାଧର ପଲେଇ, ମଣିରତ୍ନ ବାରିକ, ତ୍ରିଲୋଚନ ବାରିକ, ବିକ୍ରମ ପଲେଇ , ରଞ୍ଜନ କୁମାର ବାରିକଙ୍କ ସମେତ ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ କୁ ସୂଚାରୁ ରୁପେ ପରିଚାଳନା କରିଥିଲେ ।