ପୁଣି ତିଆରି ହେବ ସୁଭଦ୍ରା ଯୋଜନାର ଗାଇଡଲାଇନ୍

ସୁଭଦ୍ରା ଯୋଜନାରେ ତିଆରି ହେବ ନୂଆ ଗାଇଡ ଲାଇନ । ଅଯୋଗ୍ୟ ହିତାଧ୍‌କାରୀ କେମିତି ଟଙ୍କା ପାଇବେ ଏବଂ କିଭଳି ପୁଣି ଥରେ ସୁଭଦ୍ରା ଯୋଜନାରେ ସାମିଲ ହେବେ ସେନେଇ ନୂଆ ଗାଇଡ ଲାଇନ ଆସିବ । । ଦିନ ୩ଟା ରେ ଏନେଇ ବସିବ ବିଭାଗର ବଡ଼ ବୈଠକ। ସୁଭଦ୍ରାରେ ଅଯୋଗ୍ୟ ଘୋଷିତ ହେଇଥିବା ଦୁଇ ଲକ୍ଷ ୬୭ ହଜାର ରିଜେକ୍ଟ ଲିଷ୍ଟ ଉପରେ ଏହି ବୈଠକରେ ଆଲୋଚନା ହେବ । ଆଉ କେଉଁ ଆଧାରରେ କେମିତି ସେମାନଙ୍କର ଭେରିଫିକେସନ୍ କରାଯିବ ସେନେଇ ନିଷ୍ପତ୍ତି ହେବ । ରିଜେକ୍ଟ ଲିଷ୍ଟ ଆବେଦନକାରୀଙ୍କ ଉପରେ ପୁନଃବିଚାର କରାଯିବ ।