ପୁଣି ଦାଦନ ଦୁଃଖ : ମାସେ ତଳେ ଦାଦନ ଖଟିବାକୁଯାଇ ଶବ ହୋଇ ଘରକୁ ଫେରିଲେ ୨୪ ବର୍ଷୀୟା ଯୁବକ l ରାସନ କାର୍ଡ ବନ୍ଧକ ପକେଇ ମୃତ ଦେହ ଆଣିବାକୁ ଗଲେ ପରିବାର ଲୋକେ l

ଜୟପାଟଣା/ଥୁଆମୂଳ ରାମପୁର,୦୪/୦୮-(ତୁଳାରାମ ରଣା/ଦୁର୍ଗା କୀର୍ତ୍ତି):- ନିଜ ଘର କଟୁମ୍ବ ପ୍ରତି ପୋଷଣ କରିବା ପାଇଁ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ମହିପାଣି କୁମ୍ଭାର ପଡ଼ାର ଜନୈକ ବ୍ଯକ୍ତି ଟିକଚନ ନାଏକଙ୍କ ପୁଅ ପ୍ରହଲ୍ଲାଦ ନାଏକ – ପିଣ୍ଟୁ (୨୪) ଗତ ମାସରେ ଦାଦନ ଶ୍ରମିକ ଭାବରେ ଖଟିବାକୁ ଘରୁ ବାହାରି ଗଲେ ହାଇଦ୍ରାବାଦ୍।

ହେଲେ ମାସେ ନ ପୁରୁଣୁ ପିଣ୍ଟୁଙ୍କ ମୃତ ଦେହ ଆମ୍ବୁଲାନ୍ସ ଯୋଗେ ଘରକୁ ଫେରୁଛି। ଗାଁ ରେ ବେକାରୀ ସମସ୍ୟା ହେତୁ ସେ ଭାବିଥିଲେ ବାହାର ରାଜ୍ୟକୁ ଯାଇ କିଛି ପଇସା ରୋଜଗାର କରି ଘରକୁ ପଠେଇବି ଭାବିଥିଲେ। କିନ୍ତୁ ଭଗବାନଙ୍କ କି ବିଚିତ୍ର ଖେଳରେ ସେ ହାରିଗଲେ। ପଇସା ପଠେଇବେ କଣ ଆଗରୁ ଆର ପାରିକୁ ଚାଲିଗଲେ ଯୁବକ। ଓଡ଼ିଶା ରୁ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଇ ଶବ ହୋଇ ଫେରୁଛନ୍ତି ଅନେକ ଶ୍ରମିକ। ମିଳିଥିବା ସୂଚନା ଅନୁସାରେ ଗତ ଗୁରୁବାର ଦିନ ସନ୍ଧ୍ୟା ୩ ଟା ସମୟରେ ହଟାତ୍ ଅସୁସ୍ଥ ହୋଇ ପଡିଲେ ପିଣ୍ଟୁ ତାଙ୍କ ପାଖରେ ଥିବା ଦୁଇ ଜଣ ବ୍ୟକ୍ତି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଥିଲେ ବହୁତ ଅସୁସ୍ଥ ଥିବା କାରଣରୁ ଆଉ ଏକ ମେଡ଼ିକାଲ କୁ ସ୍ଥାନାନ୍ତରିତ କରିବା ପାଇଁ ଡକ୍ଟର କହିଥିଲେ, ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଆଉ ଏକ ମେଡ଼ିକାଲ ବି ନେଇ ପହଞ୍ଚିଲେ। ଚିକିତ୍ସା କରିବା ସମୟରେ ରାତି ୧.୪୨ ମିନିଟ୍ ରେ ଘରକୁ ଫୋନ ଆସୁଛି ତୁମ ପିଣ୍ଟୁ ଆଉ ନାହିଁ ।

ବେଶ୍ ଏହି କଥା ଶୁଣି ବାପା ,ମା ଦୁଃଖ ରେ ଭାଙ୍ଗି ପଡିଥିଲେ। ହେଲେ ଏପରିସ୍ଥଳେ ନିଜ ପୁଅକୁ କେମିତି ଆଣିବେ ପାଖରେ ତୋ ଟଙ୍କାଟେ ନାହିଁ। ଲୋକଙ୍କୁ ସାହାଯ୍ୟ ବି ମାଗିଲେ ସାହାଯ୍ୟ ନ ପାଇ ନିରାଶ ହେଲେ ମଧ୍ୟ ସେମାନେ ଭାଙ୍ଗିପଡ଼ିଲେ ନାହିଁ । ତୁରନ୍ତ ସରକାରଙ୍କ ପକ୍ଷରୁ ମିଳିଥିବା ରାସନ କାର୍ଡ କୁ ୭,୦୦୦ ଟଙ୍କା ରେ ବନ୍ଧକ ପକେଇ ବାହାରିଲେ ବାପା ଟିକଚନ ନାଏକ, ତାଙ୍କ ଜୋଇଁ ତୁଳାରାଣା ରଣା ସହ କାକା ବୈକୁଣ୍ଠ ନାଏକ, ଦିବାକର ଦାସ ଗାଁ ରୁ ଯାଇ ହାଇଦ୍ରାବାଦ୍ ରେ ପହଞ୍ଚିଥିଲେ।ଏପଟେ ଗାଁ ରେ ଦୁଇ ଦିନ ହେଲା ଚୁଲା ଜଳି ପାରିଲା ନାହିଁ। ଅପେକ୍ଷାରେ ଗ୍ରାମବାସୀ କେତେ ବେଳେ ପିଣ୍ଟୁଙ୍କ ମୃତଦେହ ଆସିବ ବୋଲି ଚାହିଁ ବସିଥିବା ବେଳେ ଶନିବାର ସନ୍ଧ୍ୟା ୫ଟା ସମୟରେ ଆମ୍ବୁଲାନ୍ସ ଯୋଗେ ପିଣ୍ଟୁ ଙ୍କ ମୃତଦେହ ଗାଁ ରେ ପହଞ୍ଚାଇଥିଲେ ।

ଶବକୁ ମଶାଣିକୁ ନେଇ ଶବ ଶତ୍କାର କରାଗଲା।ତେବେ ଏହି ପରିବାରଙ୍କୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦେବାପାଇଁ ଗ୍ରାମବାସୀ ପ୍ରଶାସନ ପାଖରେ ଅନୁରୋଧ କରିଥିବା ଜଣାପଡ଼ିଛି।