ପୁଣି ଦୁର୍ଗମ ଅଞ୍ଚଳରେ ଝାଡାବାନ୍ତି ଆକ୍ରାନ୍ତରେ ୪ ଜଣ ମୃତ l

ଥୁଆମୂଳ ରାମପୁର,୦୮/୧୦-(ଦୁର୍ଗା କୀର୍ତ୍ତି):- ପୁଣିଥରେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ୪ ଜଣ ଲୋକ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ କେରପାଇ ପଞ୍ଚାୟତ ଅଧିନରେ ଥିବା ପୋଡ଼ାପାଇ ଗ୍ରାମର ୪ ଜଣ ମୃତ୍ୟୁବରଣ କରିଛନ୍ତ। ପୋଡ଼ାପାଇ ଗ୍ରାମରେ ଝାଡାବାନ୍ତି ବ୍ଯାପିବାର ଆଜକୁ ୧୦ ଦିନ ବିତିଯାଇଥିବା ମଧ୍ୟରେ ୪ ଜଣ ମୃତ୍ୟୁବରଣ କରିଛନ୍ତି। ତେବେ


ଗତ ୨୭ ତାରିଖରେ ପୋଡ଼ାପାଇ ଗ୍ରାମର ବୀର ସିଂ ମାଝୀ (୩୫), ମୂର୍ତ୍ତି ମାଝୀ (୬୦) ବର୍ଷ ଙ୍କର ମୃତ୍ୟୁବରଣ କରିଥିବା ବେଳେ ଗତ ୪/୧୦/୨୦୨୪ ତାରିଖରେ ବସନ୍ତ ମାଝୀ ନାମକ ଜଣେ ୧୪ ବର୍ଷୀୟା ଯୁବକ ଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ଘଟଣା କୁ ନେଇ ସେହି ଗ୍ରାମର ଲୋକେ ପ୍ରକାଶ କରିଥିଲେ l ସେହି ପରି ଆଜି ଅର୍ଥାତ ମଙ୍ଗଳବାର କାଶିପୁର ବ୍ଲକ୍ ପୁଟଲୁ ମାଳି, ତିଜ୍ ମାଳି ଉପର ମୁଣ୍ଡରେ ଅବସ୍ଥିତ ଗ୍ରାମର ଶବରୀ ମାଝୀ (୩୦) ଙ୍କର ମୃତ୍ୟୁ ହୋଇଛି। ମୁରୁତୁ ମାଝୀଙ୍କର ଦଶାହ କାର୍ଯ୍ୟରେ ଯୋଗଦେଇ ସେ ମଧ୍ୟ ଝାଡ଼ାବାନ୍ତି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବା ସୂଚନା ମିଳିଛି l ଦୁଃଖ ଓ ପରିତାପର ବିଷୟ ଏହି ଯେ ଘଟଣାର ଆଜକୁ ୧୧ ଦିନ ବିତିଯାଇଛି ତଥାପି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇପଡିଛି ସ୍ବାସ୍ଥ୍ୟ ବିଭାଗ। ଏପର୍ଯ୍ୟନ୍ତ ଘଟଣା ସ୍ଥଳରେ କୌଣସି ଡାକ୍ତରୀ ଦଳ ପହଞ୍ଚି ପାରିନଥିବା ଘଟଣାକୁ ନେଇ ଅଞ୍ଚଳ ବାସୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। କେରପାଇ ପଞ୍ଚାୟତର ସ୍ବାସ୍ଥ୍ୟ ବିଭାଗର କାର୍ଯ୍ୟରତ ସ୍ବାସ୍ଥ୍ୟ କର୍ମୀ ଦେବକୀ ନାଏକ ସିଏଚଓ ସହକର୍ମୀ ବିଦୁଲତା ଭୋଇ, ପୁରଷ ସ୍ବାସ୍ଥ୍ୟ ଓ୍ବାର୍କର କେଶବ ମାଝୀ ଓ ଆଶା କର୍ମୀ କାନ୍ତିମଣୀ ନାଏକ ଘଟଣା ସ୍ଥଳରେ ପହଞ୍ଚି ଆଜି ଅର୍ଥାତ ମଙ୍ଗଳବାର ଦିନ ଗ୍ରାମ ଦାଣ୍ଡରେ ୪ ଜଣଙ୍କୁ ସାଲାଇନ୍ ଦେଇଥିବା ସୁଚନା ମିଳିଥିବା ବେଳେ ସେହି ଗ୍ରାମର ଦିପାଙ୍ଗ ଦେଇ ମାଝୀ, ଫୁଲ ମତି ମାଝୀ, ବାଙ୍ଗଡୁ ମାଝୀ, ଧନସିଂ ମାଝୀ ଙ୍କୁ ସାଲାଇନ୍ ଏବଂ ଓଆରଏସ ଦେଇଛନ୍ତି। ପ୍ରାୟ ୨୦ ଜଣ ରୁ ଉର୍ଦ୍ଧ ଲୋକଙ୍କୁ ଜ୍ଜର , ମୁଣ୍ଡ ବ୍ୟଥା ସହ ଗୋଡ଼ ହାତ ବିନ୍ଧା ହେଉଥିବା ଯୋଗୁଁ ସେମାନଙ୍କୁ ପ୍ରାଥମିକ ଚିକିତ୍ସା କରିଥିବା ଜଣାପଡ଼ିଛି l

ଏହି ପରିପ୍ରେକ୍ଷୀରେ ଗତ ତା ୨୮/୦୯/୨୦୨୪ ରିଖ ରେ ସେହି ଗ୍ରାମର ୬ ଜଣଙ୍କୁ କାଶିପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁଗ୍ରାମବାସୀ ଚିକିତ୍ସା ପାଇଁ ପଠେଇ ଥିଲେ l ବର୍ତ୍ତମାନ୍ ସେହି ୬ ଜଣ ସ୍ବାସ୍ଥ୍ୟବସ୍ତା ସ୍ଵାଭାବିକ ରହିଅଛି ସେମାନଙ୍କ ମଧ୍ୟରୁ ରଜୀଙ୍ଗ ଦେଇ (୪୦) ବର୍ତ୍ତମାନ୍ ଉକ୍ତ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିବା ସୂଚନା ମିଳିଛି l ପୁଣି ଗତକାଲି କାଣୀଗୁମା ସ୍ଥିତ ସ୍ବାସ୍ଥ୍ୟକେନ୍ଦ୍ର ରେ କୁନ୍ତାଡି ମାଝୀ , ବାଳ ସିଂ ମାଝୀ, କନ୍ଦେଇ ମାଝୀ ଚିକିତ୍ସିତ ହେଉଛନ୍ତି l ପୁଣି ଆଜି ସେହି ଗ୍ରାମର ମାଟି ଦେଇ ମାଝୀ (୩୦) କେରପାଇ ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି l