ପୁଣି ଦୁର୍ଗମ ଅଞ୍ଚଳରେ ଡାଇରିଆ ରୋଗରେ ଜଣେ ମୃତ୍ୟୁ l
ଥୁଆମୂଳ ରାମପୁର :-୦୬/୦୯- (ଦୁର୍ଗା କୀର୍ତ୍ତି):- ଥୁଆମୂଳ ରାମପୁର ବ୍ଲକ କାଣୀଗୁମା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଧୂଳିଗୁଡା ଗ୍ରାମ ଜଣେ ବ୍ଯକ୍ତି ଝାଡାବାନ୍ତି ରୋଗୀ ଶୁକ୍ରବାର ଜଣେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ପ୍ରାଥମିକ ସୂଚନା ରୁ ଜଣା ପଡିଛି ଯେ, ଗତ ୩ ତାରିଖ ଦିନ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଧନସାଏ ମାଝୀ ବୟସ (୫୦) ପିତା ଗୋପୀ ମାଝୀ ଝାଡା ବାନ୍ତି ଆକ୍ରାନ୍ତ ହୋଇ ଗୁରୁତର ହୋଇପଡିଥିଲେ। ପରିବାର ଲୋକେ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଚିକିତ୍ସାଧିନ ଅବସ୍ଥାରେ ସକାଳ ୧୦ ଘଣ୍ଟା ସମୟରେ ମୃତ୍ୟୁ ବରଣ କରିଥିଲେ।

ଏହି ମୃତ୍ୟୁ ଘଟଣା କୁ ନେଇ ପୁତୁରା ଭିକାରି ମାଝୀ ଥାନା ରେ ଲିଖିତ ଅଭିଯୋଗ କରିଥିଲେ ଥାନା ଅଧିକାରୀ କେଶ ୧୨/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବିଛେଦ ପାଇଁ ଡାକ୍ତର ଙ୍କୁ ହସ୍ତାନ୍ତର କରିଥିଲେ, ପରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି। ଏଠାରେ ପ୍ରଶ୍ନ ଉଠୁଛି ଯେ ଏହା ଏକ ଝାଡା ବାନ୍ତି ଜନିତ ମୃତ୍ୟୁ ନା ଆଉ କୌଣସି କାରଣ ଜନିତ ମୃତ୍ୟୁ ତାହା ଏବେ ସନ୍ଦେହ ଘେରରେ ରହିଅଛି। ଏନେଇ ଆମେ ଡାକ୍ତର ନୀତିଶ କୁମାର ଝା ଙ୍କୁ ପ୍ରତିକ୍ରିୟା ନେବାରୁ ଡାକ୍ତର ଏହା ଡାଏରୀଆ ସହିତ ଟିବି ରୋଗ ରୋଗରେ ଆକ୍ରାନ୍ତ ଥିବା ଭଳି ଅନୁମାନ ହୁଏ ବୋଲି କହିଥିଲେ। ତେବେ ଦେଖିବାକୁ ବାକି ରହିଲା ଏହି ମୃତ୍ୟୁ ଘଟଣା କେତେ ଦୂର ଯୁକ୍ତି ଯୁକ୍ତ।