ପୁଣି ଦୁର୍ଗମ ଗ୍ରାମାଞ୍ଚଳରେ ଦାଦନ ଦୁଃଖ : ତିନିମାସ ତଳେ ଦାଦନ ଖଟିବାକୁଯାଇ ମୃତ୍ୟୁ ଶବ ହୋଇ ଫେରିଲେ ୧୯ ବର୍ଷୀୟା ଯୁବକ l

ସପ୍ତାହେ ମଧ୍ୟରେ ଥୁଆମୂଳ ରାମପୁର ବ୍ଲକ୍ ରେ ଦୁଇ ଦାଦନ ଶ୍ରମିକ ର ମୃତ୍ୟୁ।

ଥୁଆମୂଳ ରାମପୁର,୨୯/୧୧-(ଦୁର୍ଗା କୀର୍ତ୍ତି):- ନିଜ ଘର ପରିବାରର ପ୍ରତି ପୋଷଣ କରିବା ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କେରପାଇ ଗ୍ରାମ ପଞ୍ଚାୟତ ଅଧିନରେ ଥିବା ମାଝୀଗାଁର ଜନୈକ ହିନ୍ଦାଙ୍ଗା ମାଝୀଙ୍କ ପୁଅ ଜିତୁ ମାଝୀ (୧୯) ଗତ ତିନି ମାସ ତଳେ ଦାଦନ ଖଟିବା ପାଇଁ ଘରୁ ବାହାରି ଆନ୍ଧ୍ର ପ୍ରଦେଶ ଯାଇଥିଲେ। ହେଲେ ଜିତୁ ଙ୍କ ସ୍ବପ୍ନ ସ୍ୱପ୍ନରେ ରହିଗଲା, ଅକାଳରେ ତାଙ୍କ ଜୀବନରେ କଳାବାଦଳ ଛାଇ ଗଲା ,ଶେଷରେ ଶବ ହୋଇ ଘରକୁ ଫେରୁଛନ୍ତି ଯୁବକ l ଗାଁ ରେ ବେକାରୀ ସମସ୍ୟା ହେତୁ ସେ ଭାବିଥିଲେ, ବାହାର ରାଜ୍ୟକୁ ଯାଇ କିଛି ପଇସା ରୋଜଗାର କରି ଘରକୁ ପଠେଇବି ବୋଲି ହେଲେ ଭଗବାନଙ୍କ କି ବିଚିତ୍ର ଖେଳ ଖେଳି ଦେଲେ, ସେ ପଇସା ପଠାଇବା ଆଗରୁ ଆର ପାରିକୁ ଚାଲିଗଲେ ଯୁବକ। ଦୁଃଭାଗ୍ଯ ଓଡ଼ିଶାରୁ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଇ ଶବ ହୋଇ ଫେରୁଛନ୍ତି ଅନେକ ଶ୍ରମିକ, ଏଥିରୁ ପ୍ରମାଣିତ କରୁଅଛି ଯେ ସରକାର ଦାଦନ ରୋକିବାରେ ବିଫଳ ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ଗତ ବୁଧବାର ରାତିରେ ଆନ୍ଧ୍ରପ୍ରଦେଶ ସ୍ଥିତ ଆନ୍ନାମାୟା ଜିଲ୍ଲା ର ମିନାୟକ୍ ପୁରମ୍ (ତିରୁପତି) ଅନ୍ତର୍ଗତ ଅଟେନଗର ର କ୍ରାନ୍ତି ନାମକ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ, କୌଣସି କାରଣ ବଶତଃ ତାଙ୍କର ମୃତ ହୋଇଥିବାରୁ ମୃତକଙ୍କ ଘରକୁ ଫୋନ ଆସେ କି ନାଇ ଆଉ ତୁମ ପୁଅ କୌଣସି କାରଣରୁ ମୃତ୍ୟୁ ବରଣ କରିଛନ୍ତି ବୋଲି l ମୃତ ଜିତୁ ଙ୍କ ପାଖରେ ଥିବା କିଛି ଲୋକ ନିକଟସ୍ଥ ମେଡିକାଲ ରେ ଭର୍ତ୍ତି କରିଥିଲେ ହେଲେ ମେଡିକାଲ ରେ ତାଙ୍କ ପ୍ରାଣ ବାୟୁ ଉଡିଯାଇଥିଲା ଖବର ପାଇ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଶବ ବ୍ୟବଚ୍ଛେଦ ହେବା ପରେ କମ୍ପାନୀର ସହଯୋଗ କ୍ରମେ ଏକ ଘରୋଇ ଆମ୍ବୁଲାନ୍ସ ରେ ଶବକୁ ନିଜ ଭିଟାମାଟି ଗାଁକୁ ଫେରାଇ ଆଣୁଥିବା ଯାହା ସୂଚନା ମିଳିଛି l ତେବେ ଏହି ପରିବାରଙ୍କୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ପ୍ରଶାସନ ପାଖରେ ଅନୁରୋଧ କରିଥିବା ଜଣାପଡିଛି।