ପୁରୁଣାଗୁମ୍ମା ପ୍ରାଥମିକ ବିଦ୍ୟାଳୟ ଠାରେ ପୁଷ୍ଟିକର ଖାଦ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ ଉପରେ ଏକ ପ୍ରୟୋଗ ଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ I
ଥୁଆମୁଳ ରାମପୁର,୦୪/୦୯-(ଦୁର୍ଗା କୀର୍ତ୍ତି):- ଏସବିଆଇ ଫୌଣ୍ଡସନ ଏବଂ ରାମକି ଫୌଣ୍ଡସନ ର ମିଳିତ ସହଯୋଗ ରେ ଗୁରୁବାର କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ପୁରୁଣାଗୁମ୍ମା ପ୍ରାଥମିକ ବିଦ୍ୟାଳୟ ଠାରେ ପୁଷ୍ଟିକର ଖାଦ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ ଉପରେ ଏକ ପ୍ରୟୋଗ ଶାଳା ଆୟୋଜିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରି ମିନତି ବିଡିକାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାମକି ଫୌଣ୍ଡସନର ଚିକିତ୍ସକ ଡାକ୍ତର ବିମଲ କୁମାର ଷଡଙ୍ଗୀ ବିଦ୍ୟାଳୟର ଛାତ୍ର ଛାତ୍ରୀ କିପରି ପୁଷ୍ଟିକର ଖାଦ୍ୟ ଖାଇବେ ଏବଂ କେମିତି ଉତ୍ତମ ସ୍ୱାସ୍ଥ୍ୟ ପାଇ କିପରି ପିଲାମାନେ ନିଜକୁ ସୁସ୍ଥ ମଣିଷ ରୂପେ ଗଢି ତୋଳିବେ ଏବଂ ନିଜ ଭବିଷ୍ୟତ ଗଢି ବେ ତା ଉପରେ ସେ ସମସ୍ତ ଛାତ୍ର ଛାତ୍ରୀଙ୍କୁ ଆଲୋକପାତ କରାଇଥିଲେ । ଆଜିକାଲି ଛାତ୍ର ଛାତ୍ରୀ ମାନେ କିପରି ଆଜାତୀୟ ଖାଦ୍ୟ ରୁ ନିଜକୁ ଦୂରେଇ ରଖିବେ ତା ଉପରେ ଗୁରୁତ୍ୱ ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ପାଖାପାଖି ୮୫ ଜଣ ଛାତ୍ର ଛାତ୍ରୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ବେଳେ ବିଦ୍ୟାଳୟ ର ଅନ୍ୟାନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ଗଣ ସହଯୋଗ କରିଥିଲେ। ରାମକି ସଂସ୍ଥାର କଳାହାଣ୍ଡି ର ମୁଖ୍ୟ ପିସି ,ଭେଷଜ ବିତରକ ଜୋଷ୍ଣା ରାଣୀ ବେହେରା, ନର୍ସି ପଙ୍କଜିନି ରଣା, ଏଲ ଟି ନିତୁ ନାୟକ, ପାଇଲଟ ନିରଞ୍ଜନ ହାତୀ, ଲିଙ୍ଗରାଜ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଭଳିଆ ସ୍ୱଚ୍ଛତା ଏବଂ ସ୍ୱାସ୍ଥ୍ୟ ସଚେତନତା ଶିବିର ରାମକି ସଂସ୍ଥା କରି କଳାହାଣ୍ଡି ଜିଲ୍ଲା ଆଉ ସମାଜର ଲୋକଙ୍କ ସାଧାରଣ ଜୀବନ ଜୀବିକା କୁ ସୁଧରିବା ରେ ମୁଖ୍ୟ ଭୂମିକା କରିଆସୁଛି ବୋଲି କଳାହାଣ୍ଡି ମୁଖ୍ୟ ପିସି ଶ୍ରୀମତୀ ବେହେରା କହିଥିଲେ । ଶେଷରେ ସହ କାରି ଶିକ୍ଷୟତ୍ରୀ ଅନିତା ସେଠି ଧନ୍ୟଵାଦ ଅର୍ପଣ କରିଥିଲେ I