ପୁରୁଣା ଗାଡ଼ିର ବ୍ୟବହାର ଅବଧି ୧୫ରୁ ୨୦ ବର୍ଷକୁ ବୃଦ୍ଧି
ପୁରୁଣା ଗାଡି ପାଇଁ କୋହଳ ହେଲା ନିୟମ । ପୂର୍ବରୁ ୧୫ ର ବର୍ଷର ପୁରୁଣା ଗାଡ଼ି ବ୍ୟବହାର କରିବା ଉପରେ ନିଷେଧାଦେଶ ଥିଲା। ପୂର୍ବରୁ ଥିବା ନିୟମକୁ ପରିର୍ବତ୍ତନ କରାଯାଇ ୨୦ବର୍ଷକୁ ବୃଦ୍ଧି କରାଯାଇଛି । ସରକାରଙ୍କ ଏ ନିଷ୍ପତ୍ତି ଅନେକଙ୍କୁ ଦେବ ଆଶ୍ୱସ୍ତି । କାରଣ ଲୋକମାନଙ୍କ ୧୫ ବର୍ଷ ପୁରୁଣା ଗାଡ଼ି ଭଲ କଣ୍ଡିସନରେ ରହିଥିବାବେଳେ ସେଗୁଡ଼ିକୁ ଚଲାଇବାରେ କଟକଣା ଲାଗିଥିଲା । ଯାହା ପାଇଁ ସାଧାରଣ ଲୋକଙ୍କଠାରେ ଅସନ୍ତୋଷ ଦେଖିବାକୁ ମିଳିଥିଲା ।ବର୍ତ୍ତମାନ ଏଥିରେ କୋହଳ କରିଛନ୍ତି ସରକାର। ଏଣିକି ୧୫ ବର୍ଷ ପୁରୁଣା ଗାଡ଼ିକୁ ବ୍ୟବହାର କରିପାରିବେ।
ସେପ୍ଟେମ୍ବର ଆରମ୍ଭରେ ହେବାକୁ ଥିବା GST ପରିଷଦ ବୈଠକରେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତିଶ୍ରୁତି ଅନୁଯାୟୀ ଏକ ବୈପ୍ଳବିକ ପରିବର୍ତ୍ତନ ଦେଖାଯାଇପାରେ। ବିଶେଷକରି ସାଧାରଣ ଲୋକଙ୍କୁ ବଡ଼ ଲାଭ ମିଳିବାର ସମ୍ଭାବନା ଅଛି।