ପୁରୁଣା ଗାଡ଼ି ମାଲିକଙ୍କୁ ଝଟକା,୧୦ ଗୁଣା ବଢ଼ିଗଲା ଗାଡ଼ି ଫିଟନେସ୍ ଫି
ଏଣିକି ପୁରୁଣା ଗାଡ଼ି ମାଲିକଙ୍କୁ ଝଟକା । କାରଣ ଭାରତ ସରକାରଙ୍କ ସଡ଼କ ପରିବହନ ମନ୍ତ୍ରଣାଳୟ ପୂରା ଦେଶରେ ଗାଡି ଫିଟନେସ ନିୟମରେ କରିଛି ବଡ଼ ସଂଶୋଧନ କରିଛନ୍ତି ।ସଂଶୋଧିତ ନିୟମ ଅନୁସାରେ , ଏଥର ଗାଡ଼ି ଫିଟନେସ୍ ପାଇଁ ୧୦ ଗୁଣା ଅଧିକ ଫି ଦେବାକୁ ପଡ଼ିବ । ଏହି ପରିବର୍ତ୍ତନ central motor vehicle rules ଆଧାରରେ ଲାଗୁ କରାଯାଇଛି ଏବଂ ଏହାକୁ ତୁରନ୍ତ କାର୍ଯ୍ୟକାରୀ ବି କରାଯାଇଛି ।ପୂର୍ବରୁ ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି ହୋଇଥିଲେ ତା’ର ଫିଟନେସ୍ ପାଇଁ ଭାରି ଫି ପଡ଼ୁଥିଲା । କିନ୍ତୁ ଏବେ ସରକାର ୧୫ ବର୍ଷକୁ ହଟାଇ ୧୦ ବର୍ଷ ସମୟ କରିଦେଇଛନ୍ତି । ଏହାର ଅର୍ଥ, ଗାଡ଼ି ୧୦ ବର୍ଷରୁ ପୁରୁଣା ହୋଇଗଲେ ଫିଟନେସ୍ ପାଇଁ ଆପଣଙ୍କୁ ମୋଟା ଅଙ୍କର ଫି’ ଭରିବାକୁ ପଡ଼ିବ ।ଗାଡ଼ିର ବୟସ ଯେତେ ଅଧିକ ହୋଇଥିବ ଫିଟିନେସ୍ ଟେଷ୍ଟ ଖର୍ଚ୍ଚ ବି ସେତିକି ଅଧିକ ପଡ଼ିବ । ଏହି ନୂଆ ନିୟମ ଦୁଇ ଚକିଆ, ତିନି ଚକିଆ, କ୍ବାଡ୍ରିସାଇକେଲ, ଲାଇଟ୍ ମୋଟର ଭେଇକିଲ, ମିଡିୟମ୍ ଓ ହେଭି ଗୁଡ୍ସ ବା ପାସେଞ୍ଜର ଭେଇକିଲ ସହିତ ସବୁ ପ୍ରକାର ବାହନ ଗୁଡ଼ିକ ଉପରେ ଲାଗୁ ହେବ । ଛୋଟ ଗାଡ଼ି ହେଉ କି ବଡ଼, ସମୟ ବଢ଼ିବା ସହ ଫିଟନେସ୍ ଫି ବି ବଢ଼ିଯିବ ।
କେଉଁ ଗାଡ଼ି ପାଇଁ କେତେ ଫି?
୨୦ ବର୍ଷରୁ ଅଧିକ ପୁରୁଣା ଗାଡ଼ି- ୨,୫୦୦ରୁ ୨୫ ହଜାରକୁ ବୃଦ୍ଧି
୨୦ ବର୍ଷରୁ ପୁରୁଣା ମିଡିୟମ କମର୍ସିଆଲ ଗାଡ଼ି – ୧,୮୦୦ରୁ ୨୦,୦୦୦କୁ ବୃଦ୍ଧି
୨୦ ବର୍ଷରୁ ପୁରୁଣା ଲାଇଟ୍ ଭେଇକିଲ – ୧୫ ହଜାରକୁ ବୃଦ୍ଧି
୩ ଚକିଆ ଗାଡ଼ି- ୭,୦୦୦କୁ ବୃଦ୍ଧି
ଦୁଇଚକିଆ – ୬୦୦ରୁ ୨,୦୦୦କୁ ବୃଦ୍ଧି