ପୁଷ୍ପା-୨ ଫାଇଟ୍ ସିନ୍ ସମୟରେ ଆହତ ହେଲେ ଅଲ୍ଲୁ
ସାଉଥ୍ ର ଷ୍ଟାଇଲିସ୍ ଷ୍ଟାର ଅଲୁ ଅର୍ଜୁନ ଏବେ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପୁଷ୍ପା ୨ ସୁଟିଂରେ ବ୍ୟସ୍ତ ଅଛନ୍ତି। ତେବେ ପୁଷ୍ପା ସୁଟିଂ ସେଟରୁ ଏକ ବଡ଼ ଖବର ଆସିଛି, ଯାହା ଶୁଣିବା ପରେ ଅଲୁ ଅର୍ଜୁନଙ୍କ ପ୍ରଶଂସକମାନେ ନିରାଶ ହୋଇପାରନ୍ତି।କୁହାଯାଉଛି ଯେ ଫିଲ୍ମର ଶୁଟିଂ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଫିଲ୍ମର ଏକ ଗୁରୁତ୍ୱପୂର୍ଣ୍ଣ କ୍ରମର ଶୁଟିଂ କରିବା ସମୟରେ ଅଲୁ ଅର୍ଜୁନ ଆହତ ହୋଇଥିଲେ। ଏହି କାରଣରୁ ନିର୍ମାତାମାନେ ଶୁଟିଂକୁ କିଛି ଦିନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଅଲୁ ଅର୍ଜୁନଙ୍କ ଟିମ୍ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
ଫାଇଟ ସିନର ସୁଟିଂ କରୁଥିବା ସମୟରେ ଅଲୁ ଅର୍ଜୁନଙ୍କ ପିଠିରେ ଗଭୀର ଆଘାତ ଲାଗିଥିଲା। ଏହି କାରଣରୁ ଡାକ୍ତରମାନେ ତାଙ୍କୁ ବର୍ତ୍ତମାନ ପାଇଁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ଏବେ ଫିଲ୍ମର ସୁଟିଂ ଡିସେମ୍ବର ଦ୍ୱିତୀୟ ସପ୍ତାହରୁ ଆରମ୍ଭ ହେବ।ଫିଲ୍ମ ପୁଷ୍ପା-୨ ଆସନ୍ତା ବର୍ଷ ଅଗଷ୍ଟ ୧୫ ରେ ପ୍ରେକ୍ଷାଳୟକୁ ଆସିବ। ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍ ମଧ୍ୟରହିଛି।