ପୃଥିବୀର ୫୦ ଜଣ ଶ୍ରେଷ୍ଠ ଅଭିନେତା ତାଲିକାରେ ସ୍ଥାନ ପାଇଛନ୍ତି କିଙ୍ଗ ଖାନ।

କେବଳ ଏତିକି ନୁହେଁ, ଏହି ତାଲିକାରେ ଶାହରୁଖ ଖାନ ହେଉଛନ୍ତି ଏକମାତ୍ର ଭାରତୀୟ ଫିଲ୍ମ ଅଭିନେତା। ଏହି ପତ୍ରିକା କିଙ୍ଗ ଖାନଙ୍କ ପ୍ରଶଂସା କରିଛି ।ଇମ୍ପାୟର ମାଗାଜିନ ପାଠକମାନଙ୍କୁ ଏହାର ଫେବୃଆରୀ ୨୦୨୩ ସଂଖ୍ୟା ପାଇଁ ସବୁ ସମୟର ଶ୍ରେଷ୍ଠ ଅଭିନେତାମାନଙ୍କୁ ଭୋଟ ଦେବାକୁ କହିଥିଲା ଏବଂ ବର୍ତ୍ତମାନ ଏହାର ତାଲିକା ପ୍ରକାଶ କରିଛି । ହଲିଉଡ ତାରକା ଟମ ହ୍ୟାଙ୍କ, ମାର୍ଲନ ବ୍ରାଣ୍ଡୋ, ରୋବର୍ଟ ଡି ନିରୋ, ଡେନଜେଲ ୱାଶିଂଟନଙ୍କ ପରି ଅନେକ ଭେଟେରାନ ଅଭିନେତା ଏହି ତାଲିକାରେ ସ୍ଥାନ ପାଇଛନ୍ତି। ଏଥି ସହିତ ଅଭିନେତା ଶାହରୁଖ ଖାନ ମଧ୍ୟ ଭାରତୀୟ ସିନେମାରୁ ସ୍ଥାନ ପାଇଛନ୍ତି।

ଏହି ପତ୍ରିକା ଶାହରୁଖଙ୍କ ଛବି ପୋଷ୍ଟ କରି ଲେଖିଛି, ମିସ ମାର୍ଭେଲଙ୍କ ପ୍ରିୟ ଚଳଚ୍ଚିତ୍ର ତାରକା ଶାହରୁଖ ଖାନଙ୍କର ପ୍ରାୟ ଚାରି ଦଶନ୍ଧି ଧରି ହିଟ କ୍ୟାରିୟର ରହିଛି। ତାଙ୍କର ସମଗ୍ର ବିଶ୍ୱରେ କୋଟି କୋଟି ପ୍ରଶଂସକ ଅଛନ୍ତି। ତାଙ୍କର ଚମତ୍କାର ଶୈଳୀ କରିସ୍ମା କାରଣରୁ ସେ ଏହା କରିପାରିଛନ୍ତି। ପ୍ରାୟ ସମସ୍ତ କ୍ଷେତ୍ରରେ ସେ ସଫଳ ରହିଛନ୍ତି। ଏପରି କିଛି ନାହିଁ ଯାହା ସେ କିଛି କରି ପାରି ନାହାନ୍ତି।

ଏହି ପତ୍ରିକାଟି ତାଙ୍କ ସୁପରହିଟ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଶାହାରୁଖଙ୍କ ଶକ୍ତିଶାଳୀ ଚରିତ୍ରମାନଙ୍କୁ ମଧ୍ୟ ମନୋନୀତ କରିଛି। ଏଥିରେ ଦେବଦାସ (ଦେବଦାସ ମୁଖାର୍ଜୀ), କୁଛ କୁଛ ହୋତା ହୈ (ରାହୁଲ) ଏବଂ ସ୍ବଦେଶ (ମୋହନ ଭାର୍ଗବ) ଭଳି ଭୂମିକା ଅନ୍ତର୍ଭୁକ୍ତ ।

ସୂଚନାଯୋଗ୍ୟ, ଶାହରୁଖ ଖାନ ୧୯୯୨ମସିହାରେ ଫିଲ୍ମ ଦିୱାନାରେ ବଲିଉଡରେ ଡେବ୍ୟୁ କରିଥିଲେ। ଏହା ପରେ ସେ ଡର୍‌, ବାଜିଗର’ଏବଂ ଅଞ୍ଜାମରେ ନକାରାତ୍ମକ ଭୂମିକାରେ ଅଭିନୟ କରି ବେଶ୍‌ ସଫଳ ରହିଥିଲେ। କିନ୍ତୁ ଦିଲୱାଲେ ଦୁଲହନିଆ ଲେ ଜାୟେଙ୍ଗେ ତାଙ୍କୁ କିଙ୍ଗ ଅଫ ରୋମାନ୍ସ ଭାବରେ ପ୍ରତିଷ୍ଠିତ କରିଥିଲା। ସେ ବର୍ତ୍ତମାନ ପର୍ଯ୍ୟନ୍ତ ୩ ଦଶନ୍ଧି ଧରି ହିନ୍ଦୀ ସିନେମାରେ କାମ କରିଛନ୍ତି ଏବଂ ଏପର୍ଯ୍ୟନ୍ତ ୧୦୦ ରୁ ଅଧିକ ଚଳଚ୍ଚିତ୍ରରେ କାମ କରି ସାରିଛନ୍ତି। ବର୍ତ୍ତମାନ ଶାହରୁଖ ଖାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ପଠାନ କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହା ଆସନ୍ତା ୨୦୨୩ ବର୍ଷ ଜାନୁୟାରୀ ୨୫ ରେ ରିଲିଜ ହେବାକୁ ଯାଉଛି।ଶାହରୁଖ ଖାନ୍ ବଲିଉଡ୍‌ର ଏକ ଏଭଳି ଅଭିନେତା ଯାହାଙ୍କର ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ପରିଚୟ ରହିଛି। ପୂରା ବିଶ୍ବରେ ତାଙ୍କର ଫ୍ୟାନ୍ସ ରହିଛନ୍ତି। ଏବେ ତାଙ୍କ ନାମ ଦୁନିଆର ୫୦ ଅଲଟାଇମ ମହାନ ଅଭିନେତାଙ୍କ ତାଲିକାରେ ସାମିଲ ହୋଇଛି। ଏହାର ସୂଚନା ଶାହରୁଖଙ୍କ ମ୍ୟାନେଜର ପୂଜା ଦଦଲାନୀ ସୂଚନା ଦେଇଛନ୍ତି।

ଶାହରୁଖ ଖାନଙ୍କୁ ଏହି ସମ୍ମାନ ବ୍ରିଟିଶ ମାଗାଜିନ୍ ଏମ୍ପାୟର ତରଫରୁ ମିଳିଛି। ଏକମାତ୍ର ଭାରତୀୟ ଅଭିନେତା ଭାବରେ ସେ ଏହି ଲିଷ୍ଟରେ ସାମିଲ୍ ହୋଇଛନ୍ତି। ଏହି ଲିଷ୍ଟରେ ଶାହୁରଖଙ୍କ ଦ୍ବାରା ଅଭିନୀତ କିଛି ଲୋକପ୍ରିୟ ଚରିତ୍ର, ‘ମାଇ ନେମ୍ ଇଜ୍ ଖାନ୍’ ର ରିଜବାନ ଖାନ୍, ‘କୁଛ୍‌ କୁଛ୍ ହୋତା ହୋତା ହୈ’ ​ର ରାହୁଲ ଖନ୍ନା ଏବଂ ସ୍ବଦେଶର ମୋହରନ ଭାରଗଭା ଚରିତ୍ର ରହିଛି।
ସେହିପରି ତାଲିକାରେ ଟମ୍ କ୍ରୁଜ୍, ଟମ୍ ହାଙ୍କ୍‌ସ, ଜୀନ ହ୍ୟାକମ୍ୟାନ୍, ଅଭିନେତ୍ରୀ ବୀଟ୍ ଡେଭିସ୍, ଅଷ୍ଟେ୍ରଲିଆନ ଅଭିନେତା ହେଥ୍ ଲେଜରଙ୍କ ଭଳି ଅନେକ ବଡ଼ ବଡ଼ ଅଭିନେତାଙ୍କ ନାମ ରହିଛି।