ପେଙ୍ଗଢୁସି ଗାଁରେ ଯୁବକଙ୍କ ଅସ୍ଵାଭାବିକ ମୃତ୍ୟୁ।,ପରିବାର ପକ୍ଷରୁ ଥାନାରେ ହତ୍ୟା ଅଭିଯୋଗ ଆଣିଲେ l

ଥୁଆମୂଳ ରାମପୁର, ୧୭।୧ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ପେଙ୍ଗଢୁସି ଗ୍ରାମରେ ଲକ୍ଷ୍ମଣ ମାଝୀ (୩୬ବର୍ଷ) ନାମକ ଜଣେ ଯୁବକଙ୍କ ଅସ୍ଵାଭାବିକ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୂଚନା ମୁତାବକ, ବୁଧବାର ସକାଳେ ଉକ୍ତ ଗ୍ରାମରେ ବାଲିପଟା ଯାତ୍ରା ଦେଖିବା ପରେ ରାତିରେ ନାଟକ ପରିବେଷିତ ହେଉଥିଲା। ଏହା ଦେଖିବାକୁ ରାୟଗଡ଼ା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ ଭାଟିପାସ ଗ୍ରାମର ମାସିଆ ମାଝୀଙ୍କ ବିବାହିତ ପୁଅ ଲକ୍ଷ୍ମଣ ଆସିଥିଲେ। ହେଲେ ଗୁରୁବାର ତାଙ୍କ ମୃତ୍ୟୁ ସଂପର୍କରେ ଜଣାପଡ଼ିବା ପରେ ଥୁଆମୂଳ ରାମପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତରେ ସାମିଲ ହୋଇଥିଲେ। ମୃତ ଶରୀରର ବିଭିନ୍ନ ସ୍ଥାନରେ କୌଣସି ଅସ୍ତ୍ର ଶାସ୍ତ୍ର ରେ ଆଘାତ କରିଥିବା ସହ ପ୍ରାୟ ୧୫ ରୁ ୨୦ ମିଟର ଖୋଷଡି ନେଇଥିବା ରକ୍ତର ଦାଗ ସବୁ ରହିଛି ।

ପାରିପାର୍ଶ୍ଵକ ସ୍ଥିତିରୁ ଏହା ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଏହି ଘଟଣାକୁ ନେଇ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ଘଟଣାସ୍ଥଳରେ ଥାନା ଅଧିକାରୀ କୈବଲ୍ୟ ସେଠଙ୍କ ସମେତ ସୁରକ୍ଷା ବଳ ନିୟୋଜିତ ହୋଇଥିଲା ଏବଂ ଶୁକ୍ରବାର ସକାଳେ ଥୁଆମୂଳ ରାମପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଥାନା ପକ୍ଷରୁ ସୂଚନା ମିଳିଛି । ଏନେଇ କେସ ନଂ-୦୪/୨୫ ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି l