ପେଟ ପାଇଁ ଗଲା ଜୀବନ : ଅମୃତ ଭଣ୍ତା ଫଳ ତୋଳିବାକୁ ଜାଇ ୧୧ କେଭି ବିଦ୍ଯୁତ ସଂସ୍ପର୍ଶରେ ଆସି ମହିଳା ମୃତ୍ୟୁ l

ଥୁଆମୂଳ ରାମପୁର, ୧୫/୧୦-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାବତୀ ସ୍ଥିତ ମାଲିଗାଁ ଗ୍ରାମପଞ୍ଚାୟତରେ ଘଟିଯାଇଛି ଏକ ଦୁଃଖଦ ଘଟଣା l ନିଜ ବାଡ଼ିରେ ଫଳିଥିବା ଅମୃତ ଭଣ୍ତା ତୋଳିବା ପାଇଁ ଜାଇ ୧୧ କେଭି ବିଦ୍ଯୁତ ସଂସ୍ପର୍ଶରେ ଆସି ମହିଳା ଜଣକ ମୃତ୍ୟୁ ହୋଇ ଥିବା ଜଣାପଡିଛି । ମିଳିଥିବା ସୂଚନାରୁ ଜଣାପଡିଛି ଯେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅଧୀନସ୍ତ ମାଳିଗାଁ ଗ୍ରାମ ପଞ୍ଚାୟତ ସ୍ଥିତ ଡି.ଚେପଟାଘାଟ ଗ୍ରାମରେ ଘଟିଯାଇ ଏଭଳି ଏକ ଅଭାବନୀୟ ଘଟଣା, ଗ୍ରାମର ଜନୈକ କୁମ ଝଡିଆଙ୍କ ସ୍ତ୍ରୀ ଗୁରୁବାରୀ ଝଡିଆ (୪୫) ବୁଧବାର ଅପରାହ୍ନ ୨ ଘଣ୍ଟା ସମୟ ନିଜ ବାଡ଼ିରେ ଥିବା ଏକ ଅମୃତ ଭଣ୍ତା ଗଛରୁ ଲାଠି ସାହାଯ୍ୟରେ ଅମୃତ ଭଣ୍ତା ତୋଳିବା ସମୟରେ ଆଜ୍ଞାତ ବସତଃ ୧୧ କେଭି ବିଦ୍ଯୁତ ତାର ସସ୍ପର୍ଶରେ ଆସି ଅଚେତ୍ ଅବସ୍ଥାରେ ତଳେ ପଡିଯାଇଥିଲେ ପରେ ସାଙ୍ଗେ ସାଙ୍ଗେ ଘର ଲୋକ ଓ ଅନ୍ଯାନ୍ଯ ପଡୋଶୀଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା, ହେଲେ ଗୁରୁବାରୀଙ୍କୁ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ, ତେବେ ଉକ୍ତ ଘଟଣାକୁ ନେଇ ଥୁଆମୂଳ ରାମପୁର ଥାନାରେ ମୃତ ମହିଳାଙ୍କ ସ୍ବାମୀ କୁମ ଝଡିଆ ଲିଖିତ ଭାବରେ ଜଣାଇଥିବା ବେଳେ ମେଡିକାଲରେ ଏ.ଏସ.ଆଇ ନେତାଇପଡ଼ା ସର୍କାର ପହଞ୍ଚି ଶବ ଜବତ କରି ୮/୨୫ରେ ଏକ ମାମଲା ରୁଜ୍ଜୁ କରି ଥିବା ବେଳେ ସଂନ୍ଧ୍ୟା ହେତୁ ଶବ ବ୍ୟବଚ୍ଛେଦ ନ ହୋଇପାରିବାରୁ ଶବ କୁ ଡାକ୍ତରଖାନାରେ ରଖାଯାଇଛି, ଆସନ୍ତା ଗୁରୁବାର ଶବ ବ୍ଯବଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ନେଇ ଥୁଆମୂଳ ରାମପୁର ପୋଲିସ ପକ୍ଷରୁ ସୂଚନା ମିଳିଛି l