ପୋକ୍ସୋ ଆଇନ୍ ଏବଂ ପୀଡିତ କ୍ଷତିପୂରଣ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ I
ଥୁଆମୂଳ ରାମପୁର,୨୧|୧୧(ଦୁର୍ଗା କୀର୍ତ୍ତି):-ସମାଜରେ ମହିଳା ଓ ଶିଶୁଙ୍କ ଉପରେ ହେଉଥିବା ବିଭିନ୍ନ ନିର୍ଯାତନା ସମାଜର ଶୃଙ୍ଖଳା ଭଙ୍ଗ କରୁଥିବା ବେଳେ ଏହାକୁ ପ୍ରତିରୋଧ କରିବା ସହ ସେମାନଙ୍କ ସୁରକ୍ଷା ମଧ୍ୟ ଜରୁରୀ। ଅନେକ ସମୟରେ ଘଟୁଥିବା ଅପରାଧକୁ ରୋକିବା ପାଇଁ ବିଭିନ୍ନ ଆଇନ୍ ପ୍ରଣୟନ ହୋଇଛି। ସେଇ ଆଇନ୍ ର ଆଶ୍ରୟ ଏବଂ ସହାୟତା ପାଇଁ ସମସ୍ତଙ୍କୁ ସଚେତନ ହେବାର ଆବଶ୍ୟକତା ରହିଛି। ଏଣୁ ଏହାର ସଚେତନତା ଅଭିଯାନ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ରାଜ୍ୟ ତଥା ଜିଲ୍ଲା, ବ୍ଲକ ର ବିଭିନ୍ନ ସ୍ଥାନରେ ହେଉଥିବା ବେଳେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଗୋପାଳପୁର ଆବାସିକ ବାଳକ ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ପୋକ୍ସୋ ଆଇନ୍ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଥୁଆମୂଳ ରାମପୁର ତାଲୁକ ଆଇନ୍ ସେବା ସମିତି ଦ୍ବାରା ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଥୁଆମୂଳ ରାମପୁର ଜେ.ଏମ୍.ଏଫ୍.ସି ମାଜିଷ୍ଟ୍ରେଟ ଡ. ତାରିଣୀ ପ୍ରସାଦ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁଙ୍କ ଜଡ଼ିତ ଯୌନ ସମ୍ବନ୍ଧୀୟ ଆଇନ୍, ଶିଶୁ ନିର୍ଯ୍ୟତନା ଏବଂ ପୋକ୍ସୋ ଆଇନ୍ ତଥା ଜାତୀୟ ଆଇନ ସବୋ ପ୍ରାଧିକରଣ (ନାଲ୍ସା)ର ପିଡ଼ିତା କ୍ଷତିପୂରଣ ଯୋଜନା, ୨୦୧୮ ସମ୍ବନ୍ଧରେ ବିଦ୍ୟାଳୟର ଉପସ୍ଥିତ ସମସ୍ତ ଛାତ୍ର ଛାତ୍ରୀଙ୍କୁ ବୁଝାଇଥିବା ବେଳେ ସମାଜରେ କିପରି ଭଦ୍ର ଏବଂ ଶିକ୍ଷିତ ହେବା ସହ ସମାଜକୁ ଏକ ସୁସ୍ଥ ବାତାବରଣରେ ଗଢ଼ି ତେଳିବା ସହ ନିଜକୁ ନିଜେ ସୁରକ୍ଷିତ ତଥା ବ୍ୟକ୍ତିତ୍ୱର ବିକାଶ ପାଇଁ ବରିଷ୍ଠ ଆଇନଜୀବୀ ଦେବଦତ୍ତ ଯୋଷୀ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଛାତ୍ରୀ ମାନଙ୍କୁ ସଚେତନତା କରାଇଥିଲେ।

ଏହି କାର୍ଯ୍ୟକ୍ରମରେ ଏମ.ଏମ.ପି.ଏସ ମହାବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟ ନାରାୟଣ ଅନ୍ୟତମ ଅତିଥି ରୂପେ ଯୋଗଦେଇ ଥିବା ବେଳେ ଆଇନଜୀବୀ ମନୋରଞ୍ଜନ ନାଏକ, ଆଇନଜୀବୀ ପ୍ରିୟଙ୍କା ମାଝୀ, ସୁଦର୍ଶନ ନାଏକ ପ୍ରମୁଖ ଉପସ୍ଥିତ ରହି ପୋକ୍ସୋ ଆଇନ୍ ସମ୍ବନ୍ଧରେ ଆଇନଗତ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭରତ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସହ ଶିକ୍ଷକ ଜୟ ଶଙ୍କର ମାହାର ସ୍ବାଗତ ଅଭିଭାଷଣ ରଖିଥିବା ବେଳେ ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ ସହଯୋଗ କରିଥିଲେ। ଜେ.ଏମ୍.ଏଫ୍.ସିର ମୁଖ୍ୟ କିରାଣୀ ଅଶୋକ ସାହୁଙ୍କ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ଶତାଧିକ ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ l