ପୋଖରୀରେ ବୁଡି ଜଣେ ୫୫ବର୍ଷୀୟା ବୃଦ୍ଧାଙ୍କ ମୃତ l

ଥୁଆମୂଳ ରାମପୁର,୭|୧୦(ଦୁର୍ଗା କୀର୍ତ୍ତି):-ପୋଖରୀକୁ ଗାଧୋଇବା ପାଇଁ ଯାଇ ପାଣିରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ
ହୋଇଛି। ଏଭଳି ଏକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ମହୁଲପାଟଣା ଫାଣ୍ଡି ଅଧିନସ୍ଥ ପଡାପଦର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଗ୍ରାମର ଗୋବେନ୍ ମାଝୀ (୫୫) ନାମକ ଜନୈକ ବ୍ୟକ୍ତି ଶନିବାର ନିଜ ଘରୁ ବାହାରି ଗାଁର ଏକ ପୋଖରୀକୁ ଗାଧୋଇବା ପାଇଁ ଯାଇ ଆଉ ଫେରିନଥିଲେ। ସେଦିନ ସଂଧ୍ୟା ହେଲା ପରେ ଗୋବେନ୍ କୁ ତାଙ୍କ ପରିବାର ଲୋକେ ଆଖପାଖ ସାହି ପଡିଶା ଖୋଜାଖୋଜି କଲେ ହେଲେ କୌଣସି ସନ୍ଧାନ ପାଇନଥିଲେ।

ହେଲେ ସୋମବାର ସକାଳୁ ସେଇ ପୋଖରିରେ ଗୋବେନ୍ ଙ୍କ ମୃତ ଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ଏହାପରେ ପରିବାର ଲୋକେ ମହୁଲପାଟଣା ଫାଣ୍ଡିରେ ଏନେଇ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତି କରି ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଲମପୁର ର ଶବ ବାହକ ଗାଡିରେ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ଏବଂ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ।