ପ୍ରଥମ ବିବାହ ବାର୍ଷିକୀରେ ଆଲିଆଙ୍କୁ ମହଙ୍ଗା ଉପହାର ଦେଲେ ରଣବୀର
ବଲିଉଡ୍ର ସୁନ୍ଦର କପଲ ରଣବୀର କପୁର ଏବଂ ଆଲିଆ ଭଟ୍ଟ । ତାଙ୍କୁ ବିଟାଉନ୍ର ପାୱାରଫୁଲ୍ ଦମ୍ପତ୍ତି କୁହାଯାଏ। କିଛି ସମୟ ପୂର୍ବରୁ ଏହି ଦମ୍ପତି ସେମାନଙ୍କ ବିବାହର ପ୍ରଥମ ବାର୍ଷିକୀ ପାଳନ କରିଥିଲେ । ଏହି ବିଶେଷ ଉତ୍ସବରେ ରଣବୀର କପୁର ଆଲିଆଙ୍କୁ ଏକ ବିଶେଷ ଉପହାର ଦେଇ ଏହି ଦିନକୁ ଅଧିକ ସ୍ୱତନ୍ତ୍ର କରିଥିଲେ। ଯାହାର ମୂଲ୍ୟ ଜାଣି ଆପଣ ନିଶ୍ଚିତ ଭାବରେ ଚକିତ ହେବେ।
ନିକଟରେ ରଣବୀର କପୁରଙ୍କୁ ଚେନଲ ବ୍ୟାଗ ନେଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ଯେଉଁଥିପାଇଁ ଅନୁମାନ କରାଯାଇଥିଲା ଯେ ଏହି ବ୍ୟାଗ ନିଶ୍ଚିତ ଭାବରେ ରଣବୀର ଆଲିଆଙ୍କ ପାଇଁ ଆଣିଥିବେ। ଅନ୍ୟପକ୍ଷରେ, ପ୍ରଥମ ବିବାହ ବାର୍ଷିକୀ ଅବସରରେ ଆଲିଆ ଏବଂ ରଣବୀରଙ୍କୁ ମଧ୍ୟ ସେମାନଙ୍କ ନୂଆ ଘର ପାର୍ଶ୍ୱରେ ଦେଖିବାକୁ ମିଳିଥିଲା।
ସେହି ସମୟରେ ଆଲିଆ ପିଙ୍କ୍ କଲରର ଏକ ଚେନଲ ବ୍ୟାଗ ଧରିଥିବା ନଜର ଆସିଥିଲେ, ଏବଂ ସେହି ବ୍ୟାଗଟି ବିବାହ ବାର୍ଷିକୀ ଅବସରରେ ରଣବୀର ଆଲିଆଙ୍କୁ ଉପହାର ଦେଇଥିବା କୁହାଯାଉଛି।ବାସ୍ତବରେ ରଣବୀର ଆଲିଆଙ୍କ ପାଇଁ ଏହି ହ୍ୟାଣ୍ଡବ୍ୟାଗକୁ ୧୨,୨୫୦ ଡଲାର ଅର୍ଥାତ୍ ପ୍ରାୟ ୧୦ ଲକ୍ଷ ଟଙ୍କାରେ ଆଣିଥିଲେ ।