ପ୍ରଧାନମନ୍ତ୍ରୀ ଆବାସ ଯୋଜାନା (ଗ୍ରାମୀଣ) ନୂତନ ସର୍ଭେ ସମ୍ବନ୍ଧୀୟ ତାଲିମ ଶିବିର।

ଥୁଆମୁଳ ରାମପୁର,୦୩/୧୨-(ଦୁର୍ଗା କୀର୍ତ୍ତି):- ଗ୍ରାମାଞ୍ଚଳର ଯୋଗ୍ଯ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବସ ଯୋଜନାରେ ସାମିଲ କରିବା ଉଦ୍ଦେଶ୍ୟରେ ବ୍ଳକର ପ୍ରତ୍ୟେକ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ);ନୂତନ ସର୍ଭେ ସମ୍ବନ୍ଧୀୟ ତାଲିମ ଶିବିର ଅନୁଷ୍ଠିତ ହେଉଥିବାବେଳେ ଥୁଆମୁଳ ରାମପୁର ସଦରମହୋକୁମା ସ୍ଥିତ ଗ୍ରାମ ପଞ୍ଚାୟତ ରାଜୀବଗାନ୍ଧୀ ସେବା କେନ୍ଦ୍ର ପ୍ରାଙ୍ଗଣରେ ମଙ୍ଗଳବାର ଦିନ ସରପଞ୍ଚ ବିଜୟା ମାଝୀଙ୍କ ଅଧ୍ଯକ୍ଷତାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ନୂତନ ସର୍ଭେ ସମ୍ବନ୍ଧୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧ୍ରୃବଚରଣ ମୁଦୁଲି ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ସମିତି ସଭ୍ଯା ପୁଷ୍ପାଞ୍ଜଳି ନାଏକ, ସମାଜ ସେବୀ ମାଣିକ୍ୟ ଚନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ l ଏଥିରେ
ରାଜେନ୍ଦ୍ର କୁମାର ଦେବ ତାଲିମ ଦାଦା ଭାବରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନୂତନ ସର୍ଭେ ସମ୍ବନ୍ଧୀୟ ତାଲିମ ଶିବିରରେ ଉପସ୍ଥିତ ସର୍ବସାଧାରଣଙ୍କୁ ଶିବିରର ଉଦ୍ଦେଶ୍ୟ ଓ ହିତାଧିକାରୀ କେଉଁ ଭଳି ଭାବିରେ ଏହାର ସୁବିଧା ପାଇ ପାରିବେ ସେନେଇ ପୁଙ୍ଖାନୁପୁଙ୍ଖ ଭାବରେ ତାଲିମ ପ୍ରଦାନ କରିବା ସହିତ ଶିବିରକୁ ପରିଚାଳନା କରିଥିଲେ। ସେହିପରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୁଦୁଲି ଓ ଅନ୍ଯାନ୍ଯ ସମ୍ମାନିତ ଅତିଥି ମାନେ ମଧ୍ୟ ଏହା ଉପରେ ତାଙ୍କ ବକ୍ତବ୍ୟରେ ବୁଝାଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସ୍ଥାନୀୟ ପଞ୍ଚାୟତ ନିର୍ବାହୀ ଅଧିକାରୀ ଟଙ୍କଧର ସାହୁ, ପଞ୍ଚାୟତ ଏଡିଇଓ ଭାଗୀରଥି ଧଙ୍ଗଡା ମାଝୀ, ଯୋଗାଣ ସହାୟକ ତ୍ରିସେନ୍ଦ୍ର ନାଏକ ସମେତ ଅନ୍ଯାନ୍ଯ କର୍ମକର୍ତ୍ତା ସହଯୋଗ କରିଥିଲେ।