‘ଫାଇଟର’ର ଦମ୍‌ଦାର ଟିଜର ରିଲିଜ୍‌

ସୁପରଷ୍ଟାର ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ଅଭିନୀତ ‘ଫାଇଟର୍‌’ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ । ଦର୍ଶକମାନେ ଉତ୍ସାହର ସହିତ ଏହି ଆକ୍ସନ ଫିଲ୍ମକୁ ଅପେକ୍ଷା କରିଛନ୍ତି। ହ୍ରିତିକ ଏବଂ ଦୀପିକାଙ୍କୁ ପ୍ରଥମ ଥର ପାଇଁ ଏକାଠି ଫିଲ୍ମରେ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରଟି ଉଭୟଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ। ନିକଟରେ ଫିଲ୍ମରୁ ହ୍ରିତିକ ରୋଶନ, ଦୀପିକା ପାଦୁକୋନ ଏବଂ ଅନିଲ କପୁରଙ୍କ ଲୁକ୍‌ର ପୋଷ୍ଟର ସାମ୍ନାକୁ ଆସିଥିଲା। ବର୍ତ୍ତମାନ ଫିଲ୍ମର ଟିଜର ରିଲିଜ୍‌ ହୋଇଛି। ଏହି ଆକ୍ସନ ଭରପୂର ଫିଲ୍ମ ଆସନ୍ତା ବର୍ଷ ମୁକ୍ତିଲାଭ କରିବ।

କିନ୍ତୁ ଆଜି ନିର୍ମାତା ଟିଜର ରିଲିଜ୍‌ କରି ଦର୍ଶକଙ୍କ ଉତ୍ସାହ ବଢାଇ ଦେଇଛନ୍ତି। ଏହି ଚଳଚ୍ଚିତ୍ରରେ ହ୍ରିତିକ୍ ରୋଶନଙ୍କୁ ସ୍କ୍ଵାଡ୍ରନ୍ ଲିଡର ଶାମଶେର ପଠାନିଆ ଭୂମିକାରେ ନଜର ଆସିବେ। ଏହା ସହିତ ଦୀପିକା ପାଦୁକୋନ ଏହି ଚଳଚ୍ଚିତ୍ରରେ ମିନଲ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି ।