ଫିଲ୍ମ ପଠାନ୍ KGF 2ର ରେକର୍ଡ ଭାଙ୍ଗିଛି । ଆୟ କରିବାରେ
ଗତ ବୁଧବାର ରିଲିଜ୍ ହୋଇଛି ବହୁ ପ୍ରତିକ୍ଷିତ ଫିଲ୍ମ ‘ପଠାନ’ । ଦୀର୍ଘ ୪ ବର୍ଷ ପରେ ଏହି ଫିଲ୍ମ ଜରିଆରେ କମବ୍ୟାକ୍ କରିଛନ୍ତି ବଲିଉଡ୍ ବାଦଶାହ ଶାହରୁଖ ଖାନ । ପରଦାକୁ ଫେରୁଫେରୁ ଦେଖାଇଛନ୍ତି ଜଲଓ୍ବା । ପ୍ରଥମ ଦିନରେ ହିଁ କଲେକସନ୍ରେ କରିଛି ରେକର୍ଡ। ଫିଲ୍ମଟି ବର୍ତ୍ତମାନ ପର୍ଯ୍ୟନ୍ତ ୨୫ କୋଟି ରୋଜଗାର କରିଛି ।
ଏହା KGF 2ର ରେକର୍ଡ ଭାଙ୍ଗିଛି । କେଜିଏଫ୍-୨ ପ୍ରଥମ ଦିନରେ ୨୨.୧୫ କୋଟି କରିଥିଲା ରୋଜଗାର । ବଲିଉଡ ବିଶେଷଜ୍ଞଙ୍କ ଅନୁଯାୟୀ, ‘ପଠାନ’ର ଓପନିଂ କଲେକ୍ସନ୍ ପ୍ରାୟ ୫୦ କୋଟି ହେବ। ଯଦି ଏପରି ହୁଏ ତେବେ, କେଜିଏଫ୍-୨ ପରେ ଦେଶର ସର୍ବ ବୃହତ ଉଦଘାଟନୀ ହିନ୍ଦୀ ଚଳଚ୍ଚିତ୍ର ହେବ ।
ଏହି ଫିଲ୍ମ ଅନ୍ୟ ମଲ୍ଟିପ୍ଲେକ୍ସ ଚେନରେ ମଧ୍ୟ ବହୁତ ରୋଜଗାର କରୁଛି। ତେବେ ଫିଲ୍ମ ରିଲିଜର ଦ୍ବିତୀୟ ଦିନରେ ବି ଭଲ ରୋଜଗାର କରିବାର ଆଶା ରହିଛି । ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଫିଲ୍ମ ଆସନ୍ତା ପାଞ୍ଚ ଦିନ ମଧ୍ୟରେ ୨୦୦ କୋଟିରୁ ଅଧିକ ଆୟ କରିପାରେ ବୋଲି କୁହାଯାଉଛି ।