ବଡ଼ବିଲ କଳାକାରଙ୍କ ରାଜଧାନୀରେ କମାଲ୍, ବଡ଼ବିଲ ଦ୍ରୌପଦୀ ଦେବୀ ସଂଗୀତ ଶିକ୍ଷାନୁଷ୍ଠାନର ଛାତ୍ରୀଙ୍କ କୃତିତ୍ୱ ଅର୍ଜନ
ବଡ଼ବିଲରେ ଥିବା ଅଗ୍ରଣୀ ଦ୍ରୌପଦୀ ଦେବୀ ସଂଗୀତ ଶିକ୍ଷାନୁଷ୍ଠାନର ଛାତ୍ରୀମାନେ ଭୁବନେଶ୍ୱର ଜୟଦେବ ଭବନ ଠାରେ ଆୟୋଜିତ ସର୍ବ ଭାରତୀୟ ନୃତ୍ୟ ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ୱ ଅର୍ଜନ କରିଛନ୍ତି।
ଏଠାରେ ନିର୍ଧାଜ ଡ୍ୟାନ୍ସ ଏକାଡେମି ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ଭାରତର ୧୦ ଟି ରାଜ୍ୟରୁ ପ୍ରାୟ ୨୦୦ ରୁ ଉର୍ଦ୍ଧ୍ବ କଳାକାର ମାନେ ଅଂଶ ଗ୍ରହଣ କରି ନିଜର କଳା ପ୍ରଦର୍ଶନ କରିବା ସହ ପ୍ରଶଂସିତ ହୋଇଥିଲେ। ଏଥିରେ ବଡ଼ବିଲ ସ୍ଥିତ ଦ୍ରୌପଦୀ ଦେବୀ ସଂଗୀତ ଶିକ୍ଷାନୁଷ୍ଠାନର ଛାତ୍ରୀମାନେ ଉପସ୍ଥିତ ଦର୍ଶକଙ୍କ ସମ୍ମୁଖରେ ଉତ୍କୃଷ୍ଟ କଳା ପ୍ରଦର୍ଶନ କରି ଦର୍ଶକଙ୍କ ମନ ମୋହିବା ସହ ସମସ୍ତଙ୍କ ପ୍ରଶଂସା ସାଉଟି ଥିଲେ।
ଯାହା ବଡ଼ବିଲ ପାଇଁ ଗୌରବର ବିଷୟ। ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ଭୁବନେଶ୍ୱର ବିଧାୟକ ଅନ୍ତନାରାୟଣ ଜେନା ଉପସ୍ଥିତ ରହି କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରି ଉତ୍ସାହିତ ଉତ୍ସାହିତ କରିଥିଲେ। ଆସନ୍ତୁ ଦେଖିବା କାର୍ଯ୍ୟକ୍ରମର କିଛି ଦୃଶ୍ୟ….
ଦୀର୍ଘ ଦୁଇ ବର୍ଷ ପରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିବାରୁ ଆୟୋଜକ ଓ ପ୍ରତିଯୋଗୀ ମାନଙ୍କ ମଧ୍ୟରେ ଖୁବ୍ ଉତ୍ସାହ ପରିଲକ୍ଷିତ ହୋଇଥିଲେ। ଏ ନେଇ କଣ କହୁଛନ୍ତି ଆୟୋଜକ ଓ ପ୍ରତିଯୋଗୀ ଶୁଣନ୍ତୁ ! କେନ୍ଦୁଝର ରୁ ରବିନ୍ଦ୍ର ଖମଣିଆ ଙ୍କ ରିପୋର୍ଟ