ବଡ ପରଦା ପରେ OTTରେ କରିବେ ଧମାଲ ଜ୍ୟାକ୍ଲିନ୍
ବଡ ପରଦା ଅପେକ୍ଷା ବହୁତ ନାମୀ ଦାମୀ କଳାକାର ଏବେ ଓଟିଇଟି ପ୍ଲାଟ୍ଫଫୋରମ୍ ରେ ଯୋଡି ହେଲେଣି ,ବର୍ତ୍ତମାନ ଜ୍ୟାକଲିନ୍ ଖୁବ୍ ଶୀଘ୍ର OTT ରେ ମଧ୍ୟ ନିଜର ଯାଦୁ ଦେଖାଇବାକୁ ପ୍ରସ୍ତୁତ । ପ୍ରଶଂସକମାନେ ଅଭିନେତ୍ରୀଙ୍କ ଏକ ନୂଆ ଢଙ୍ଗରେ ଦେଖିବାକୁ ଯାଉଛନ୍ତି।ମିଡିଆ ଅନୁସାରେ ଯେ ଜ୍ୟାକଲିନ୍ ବର୍ତ୍ତମାନ ଫିଲ୍ମ ‘ରାମ ସେତୁ’ର ନିର୍ଦ୍ଦେଶକ ଅଭିଷେକ ଶର୍ମାଙ୍କ ସହ ଏଥିପାଇଁ ଚର୍ଚା କରିଛନ୍ତି ଯେ ଏବେ ଅଭିଷେକ ଶର୍ମାଙ୍କ ୱେବ୍ ସିରିଜ୍ ସହିତ ଅଭିନେତ୍ରୀ ଡିଜିଟାଲ୍ ଡେବ୍ୟୁ କରିବେ |
ତେବେ ଏହି ଖବର ସାମ୍ନାକୁ ଆସିଛି। ପୁଣି ଲୋକପ୍ରିୟ ଅଭିନେତା ନୀଲ ନିତିନ ମୁକେଶଙ୍କୁ ମଧ୍ୟ ଏହି ସିରିଜରେ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ ବୋଲି କୁହାଯାଉଛି। ଏହି ଆଗାମୀ ସିରିଜର ନାମକୁ ‘ଗ୍ରେଟେଷ୍ଟ ଅଫ୍ ଅଲ୍ ଟାଇମ୍’ (G.O.A.T.) କୁହାଯାଉଛି ।ଜ୍ୟାକଲିନଙ୍କ ଏହି ସିରିଜ୍ ଜିଓ ସିନେମାରେ ମୁକ୍ତିଲାଭ କରିବ ।