ବନବିଭାଗ ର ମିଳିତ ଚଢାଉ ରେ ଚୋରା ଆଇରନ ବୋଝେଇ ଟ୍ରକ୍ ଜବତ !
ବନବିଭାଗ ର ମିଳିତ ଚଢାଉ ରେ ଚୋରା ଆଇରନ ବୋଝେଇ ଟ୍ରକ୍ ଜବତ ! ଖଣି ମାଫିଆ ଓ ଡ଼୍ରାଇଭର ଚମ୍ପଟ, କେନ୍ଦୁଝର ଜିଲ୍ଲା ଯୋଡା ଖଣି ମଣ୍ଡଳରେ ଖଣିଜ ଚୋରା କାରବାର ବନ୍ଦ ହେବାର ନାଁ ନେଉନାହିଁ, ଖଣି ବିଭାଗ ଓ ସରକାର ଙ୍କ ପକ୍ଷରୁ ଯେତେ ନୂଆ ଜ୍ଞାନ କୌଶଳ ବ୍ୟବହାର ହେଲେ ମଧ୍ଯ ଖଣିଜ ଚୋରା କାରବାର ରୀତିମତ ଭାବେ ଚାଲିଛି, ଏଥିରେ ଖଣି ବିଭାଗ ଓ ସରକାରଙ୍କ ପାରିବା ପଣିଆ ବାରମ୍ବାର ପଦା ରେ ପଡୁଥିବା ଦେଖିବାକୁ ମିଳୁଛି, ସରକାର ବଦଳିଲା ହେଲେ ଖଣି ମାଫିଆଙ୍କ ପ୍ରଭାବ ତିଳେ ମାତ୍ର କମିନାହିଁ, ବରଂ ଖଣି ଚୋରୀ ବଢ଼ି ଚାଲିଥିବା ଦେଖିବାକୁ ମିଳୁଛି,ଖଣି ଖାଦାନଭରା ରତ୍ନଗର୍ଭା କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ଅଞ୍ଚଳରୁ ରାଜ୍ୟ ରାଜକୋଷ କୁ ସିଂହ ଭାଗ ର ରାଜସ୍ଵ ଦେଉଥିବା ବେଳେ ଏଠାରୁ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଖଣିଜ ସାମଗ୍ରୀ ଚୋରା ଚାଲାଣ ହେଉଥିବା ବେଳେ ପୋଲିସ ପ୍ରଶାସନ ଓ ଖଣି ବିଭାଗ ଚେଇଁ ଶୋଇଥିବା ଭଳି ଜଣାପଡ଼ୁଛି, ଖଣି ଅଞ୍ଚଳରେ ମାଫିଆ ମାନଙ୍କ ଚୋରା ଚାଲାଣ ଦିନକୁ ଦିନ ବଢିବାରେ ଲାଗିଛି। ତେବେ ବନବିଭାଗର ତତ୍ପରତା ଯୋଗୁଁ ପୁଣି ଏକ ଚୋରା ଚାଲାଣ ହେଉଥିବା ମୂଲ୍ୟବାନ ଲୁହାପଥର ଗାଡି ଧରାପଡିଥିବା ଖବର ହସ୍ତଗତ ହୋଇଛି, ଆଜି ବନବିଭାଗ ବିଶେଷ ସୂତ୍ରରୁ ଖବର ପାଇ ବାମେବାରୀ ଫରେଷ୍ଟର ରାଜେନ୍ଦ୍ର ଜେନା,ଦବୁନା ବିଟ୍ ର ସୁବ୍ରତ ପାତ୍ର,ଯୋଡ଼ା ବନ ବିଭାଗ OD09P-9734 ନମ୍ବର ବିଶିଷ୍ଟ ଏକ ୧୬ ଚକିଆ ହାଇୱା ଟ୍ରକ୍ ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବାମେବାରୀ ସେକ୍ସନ ପିଢୋପଖରୀ ଗ୍ରାମ ର ସମରସୁଆଁ ମୁଣ୍ଡା ସାହିରୁ ଚୋରା ଖଣିଜ ସାମଗ୍ରୀ ବୋଝେଇ କରୁ ଥିବା ବେଳେ ଯୋଡ଼ା ବନ ବିଭାଗ ଏବଂ ମୋବାଇଲ ଟିମ ବିଭାଗ କର୍ମଚାରୀଙ୍କ ସହଯୋଗ କ୍ରମେ ଅତର୍କିତ ଚଢାଉ କରି ଏହି ଟ୍ରକ୍ ଟିକୁ ଜବଦ କରିଥିବା ଜଣାପଡ଼ିଛି। ତେବେ ଚଢାଉ ସମୟରେ ଚାଳକ କୌଶଳ କ୍ରମେ ଦୌଡି ପଳାଇବାରେ ସକ୍ଷମ ହୋଇଛି । ତେବେ ବନ ବିଭାଗ ର କହିବା ଅନୁଯାୟୀ ସେଠାରେ ତିନି ଚାରୋଟି ଟ୍ରକ ଲୋଡ ହୋଇଥିବା ଖବର ପାଇଥିଲେ କିନ୍ତୁ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳକୁ ଯିବା ଭିତରେ ତରବରିଆ ହୋଇ ଅନ୍ୟ ଟ୍ରକ୍ ସବୁ ଖସି ପଳାଇଥିଲେ, ମାତ୍ର ଏହି ଗାଡ଼ିଟିକୁ ସିଜ୍ କରି ବାମେବାରୀ ସେକ୍ସନ ଅପିଂସ୍ ରେ ରଖାଯାଇଛି । ତେବେ ଦୀର୍ଘ ବର୍ଷ ଧରି ସେହି ଅଞ୍ଚଳରେ ମୂଲ୍ୟବାନ ଲୁହାପଥର ଚୋରି ହେଉଥିଲେ ମଧ୍ୟ ପୋଲିସ ପ୍ରଶାସନ କିମ୍ବା ଖଣି ବିଭାଗ କିପରି ଏହାର ଟେର ପାଉନାହିଁ ତାହା ଏବେ ପ୍ରଶ୍ନ ସୃଷ୍ଟି ହୋଇଛି, କେନ୍ଦୁଝର ରୁ ରବିନ୍ଦ୍ର ଖମଣିଆଙ୍କ ରିପୋର୍ଟ