ବନାଅଞ୍ଚଳ ପକ୍ଷରୁ ଭ୍ରାମ୍ୟମାନ ଚାରା ବଣ୍ଟନ ଗାଡି ଉଦଘାଟନ

ରିପୋର୍ଟ ବିଜୟ କୁମାର ମହାନ୍ତ, ପାଟଣା:କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ଆଜି ପାଟଣା ବନାଞ୍ଚଳ ତରଫରୁ ପ୍ରତ୍ୟେକ ପଞ୍ଚାୟତ ପାଇଁ ୫୦୦ ଚାରା ବଣ୍ଟନ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଅଛି । ଚଳିତ ମାସ ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମ ଦିବସ ଉପଲକ୍ଷେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ବିଭିନ୍ନ ଗ୍ରାମ ପଞ୍ଚାୟତ, ଶିକ୍ଷାଅନୁଷ୍ଠାନ ଓ ଅନ୍ୟ ସ୍ଥାନ ମାନଙ୍କରେ ୭୫ ଲକ୍ଷ ବୃକ୍ଷ ରୋପଣ ଲକ୍ଷ ରଖାଯାଇଛି। ଏହି ଅବସରରେ ପାଟଣା ବନାଞ୍ଚଳର ଅଧିକାରୀ ବନବିହାରୀ ସର୍ଦ୍ଧାର ଙ୍କ ନେତୃତ୍ୱରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧକ୍ଷା ବୀଣାପାଣି ନାୟକ, ସଂମ୍ମାନୀତ ଅତିଥି ଭାବେ ଗୋଷ୍ଠି ଉନ୍ନୟନ ଅଧିକାରୀ ମାନସ କୁମାର ଦଣ୍ଡପାଟ, ତହସିଲଦାର ଅଶନୀ କୁମାର ନାଏକ,ସରପଞ୍ଚ ବିନତୀ ବାନରା ଏହି ଉତ୍ସବ ରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିବା ବେଳେ ବନପାଳ ନିରଞ୍ଜନ ସେଠୀ, ବନରକ୍ଷୀ ଦେବଯାନୀ ମହାନ୍ତ, ରାଜେଶ ଜେନା, ହୃଦାନନ୍ଦ ମହାନ୍ତି, ଏବଂ ସମସ୍ତ କର୍ମଚାରୀ ଉପସ୍ଥିତ ରହି ଦୁଇ ହଜାରରୁ ଉର୍ଦ୍ଧ ଚାରା ବଣ୍ଟନ କରିଥିଲେ। ପାଟଣା ବ୍ଲକ ର ୨୦ଟି ପଞ୍ଚାୟତରେ ଏହି ଚାରାବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ମୁଖ୍ୟ କରି ଔଷଧୀୟ ବୃକ୍ଷ ଗୁଡିକର ଚାରାବଣ୍ଟନ କରାଯାଇଥିଲା।