ବନ୍ଦ ହେବାକୁ ଯାଉଛି ‘ଦ କପିଲ୍ ଶର୍ମା’ ଶୋ’ ଜାଣନ୍ତୁ ଏହାର କାରଣ ?
ଦୀର୍ଘ ସମୟ ଧରି ପ୍ରସାରିତ ହେଉଥିବା ଶୋ’ କପିଲ ଶର୍ମା କିଛି ସମୟ ପାଇଁ ବ୍ରେକ୍ ନେଉଛନ୍ତି । ପ୍ରକୃତ ରେ ହୋଷ୍ଟ କପିଲ ଶର୍ମା ଏବଂ ତାଙ୍କ ଟିମ୍ କୌଣସି କାର୍ଯ୍ୟ ପାଇଁ ଆମେରିକା ଯାଉଛନ୍ତି । ଏହା ତୃତୀୟ ସିଜନ୍ ଜୁନ୍ ୫ରେ ଶେଷ ହୋଇଛି ।
ଏହି ଶୋ’ ମାଧ୍ୟମରେ କପିଲ ବଲିଉଡର ଅନେକ ସେଲିବ୍ରିଟିଙ୍କୁ ମନୋରଞ୍ଜନ କରିଛନ୍ତି।, ପ୍ରଥମ କରି ଶୋ’ରେ ଶାହାରୁଖ ଖାନ ପ୍ରଥମ ଅତିଥି ଭାବରେ ଯୋଗ ଦେଇଥିଲେ। ଯିଏକି ତାଙ୍କ ଚଳଚ୍ଚିତ୍ର’ ଫ୍ୟାନ୍’ର ପ୍ରମୋସନ ପାଇଁ ଆସିଥିଲେ।
ଏହା ପରେ ଶ୍ରଦ୍ଧା କପୁର, ଟାଇଗର ଶ୍ରଫ୍, ୟୋ ୟୋ ହନି ସିଂ, ଅକ୍ଷୟ କୁମାର, ଅଜୟ ଦେବଗନ୍, ୟାମି ଗୌତମ, ବିରେନ୍ଦର ସେହୱାଗ, ଧର୍ମେନ୍ଦ୍ର ଏବଂ କ୍ରିକେଟ୍ ଟିମ୍ ସହ ଅନେକ ବିଶେଷ ଅତିଥି ଭାବରେ ଏହି ଶୋ’ରେ ଆସିଥିଲେ। ଯାହା ଏବେ ସରି ଯାଇଛି।