ବରଖାସ୍ତ ହେବେ କେଜରିଓ୍ବାଲ ସରକାର?
ରାଷ୍ଟ୍ରପତି ଦ୍ରୌ ପଦୀ ମୁର୍ମୁଙ୍କ ଗୋଟିଏ ପଦକ୍ଷେପ ଦେଶର ରାଜଧାନୀ ଦିଲ୍ଲୀର ରାଜନୈତିକ ମହଲରୁ ସରଗରମ କରିଛି। ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସରକାରଙ୍କୁ ବରଖାସ୍ତ କରାଯାଇଥିବା ଖବର ନେଇ ଚର୍ଚ୍ଚା ହେଉଛି।ସଦ୍ୟତମ ମାମଲାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ଭାଜପା ବିଧାୟକଙ୍କ ଚିଠି ପଠାଇଛନ୍ତି।ବାସ୍ତବରେ ଦିଲ୍ଲୀ ସରକାରଙ୍କ ବରଖାସ୍ତ ଦାବିରେ କିଛି ବିଜେପି ନେତା ରାଷ୍ଟ୍ରପତିଙ୍କୁ ଚିଠି ଲେଖିଥିଲେ। ବିଜେପି ନେତାମାନେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଜେଲ ଯିବା ପରେ ଦିଲ୍ଲୀରେ ସାମ୍ବିଧାନିକ ସଙ୍କଟ ଆରମ୍ଭ ହୋଇଛି। ରାଷ୍ଟ୍ରପତି ମଧ୍ୟ ଏହି ଚିଠିକୁ ଗମ୍ଭୀରତାର ସହ ଗ୍ରହଣ କରି ଗୃହ ମନ୍ତ୍ରଣାଳୟକୁ ପଠାଇଛନ୍ତି।ଏକ୍ସାଇଜ ପଲିସି ସ୍କାମ ଅଭିଯୋଗରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଚାରି ମାସରୁ ଅଧିକ ସମୟ ଜେଲରେ ଅଛନ୍ତି। ଜେଲରେ ଥାଇ ମଧ୍ୟ କେଜରିୱାଲ ଇସ୍ତଫା ଦେବାକୁ ମନା କରି ଦେଇଛନ୍ତି। ଫଳରେ ସମ୍ବିଧାନିକ ସଙ୍କଟ ଦେଖାଦେଇଛି।