ବର୍ତମାନ ର ବଡ଼ ଖବର : ସମ୍ପର୍କୀୟଙ୍କ ଦଶାହ କାର୍ଯ୍ୟକୁ ଯିବା ହେଲା କାଳ l
ଥୁଆମୂଳ ରାମପୁର,୦୧/୦୯-(ଦୁର୍ଗା କୀର୍ତ୍ତି) :- ରାତି ପାହିଲେ ଗଡଜାତ ଅଞ୍ଚଳର ଦଶମୀ ନୂଆଁଖାଇ, ଆଉ ଠିକ୍ ସେତିକି ବେଳେ ଘଟିଯାଇଛି ଏକ ଦୁଃଖଦାୟକ ଘଟଣା l ମିଳିଥିବା ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ବଡ଼ଛତ୍ରଙ୍ଗ ଗ୍ରାମ ନିକଟସ୍ଥ କାନ୍ଦୁଲଭଜା ଡଙ୍ଗର ପାଖ ବ୍ରିଜ ରେ ସୋମବାର ରାତ୍ର ପ୍ରାୟ ୮ଟା ୪୦ ସମୟରେ ଏଭଳି ଏକ ଦୁଃଖଦାୟକ ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ହିରୋ ଗ୍ଲାମର (ଓଡି ୧୮ ୬୫୫୬) ନମ୍ବର ବିଶିଷ୍ଟ ବାଇକ୍ କାନ୍ଦୁଲଭଜା ବ୍ରିଜ୍ ତଳକୁ ଖସି ପଡ଼ିବାରୁ ଜଣଙ୍କର ଜୀବନ ଯାଇଛି। ଘଟଣାସ୍ଥଳରେ ଥୁଆମୂଳ ରାମପୁର ପୋଲିସ ପହଞ୍ଚି ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ରିପୋର୍ଟ ଲେଖିବା ପୂର୍ବରୁ ଜଣାପଡିଛି l

ପ୍ରାଥମିକ ସୂତ୍ରରୁ ଜଣାଯାଏ ଯେ, ମୃତ ଯୁବକ ହେଲେ ଓଡ୍ରି – ପେର୍ଗୁନି ପଡ଼ାର ମେଟା ଝୋଡ଼ିଆ ଙ୍କ ପୁଆ ବଳରାମ ଖୋଡ଼ିଆ (୨୫) ବୋଲି ଜଣାପଡ଼ିଛି। ମୃତ ବଳରାମ ଏବଂ ତାଙ୍କ ପରିବାର ଲୋକେ ଜୟପାଟଣା ଥାନା ଅନ୍ତର୍ଗତ ମଙ୍ଗଳପୁର ପାଖ ଛତାବନ୍ଧଗୁଡା ତାଙ୍କ ସମ୍ପର୍କୀୟଙ୍କ ଏକ ଦଶାହ କାର୍ଯ୍ୟକୁ ଯାଇ ନିଜ ଗାଁ ଫେରୁଥିବା ବେଳେ ଭାରସ୍ୟମ ହରାଇ ବଡ଼ଛତ୍ରଙ୍ଗ – ଥୁଆମୂଳ ରାମପୁର ମୁଖ୍ୟ ରାସ୍ତା ବୁଲାଣି କାନ୍ଦୁଲଭଜା ବ୍ରିଜ ତଳକୁ ଖସି ପଡ଼ିଲେ, ଫଳରେ ତାଙ୍କ ମୁହଁ ଏବଂ ମୁଣ୍ଡ ରେ ଗଭୀର ଆଘାତ ହେବାରୁ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ଯାହା ସୂଚନା ରହିଛି l