ବର୍ଷା ବର୍ଷା ଧରି ଖତ ଖାଉଛି ସରକାରୀ ଆମ୍ବୁଲାନ୍ସ, ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ନାହିଁ l
ଥୁଆମୂଳ ରାମପୁର,୧୫/୧୨-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଥିବା ଦୁଇଗୋଟି ସରକାରୀ ଆମ୍ବୁଲାନ୍ସ ଦୀର୍ଘ ବର୍ଷ ହେଲା ମେଡିକାଲ ପରିସରରେ ପଡ଼ି ଖତ ଖାଉଛି l ବନ ପାହାଡ଼ ଘେରା ଏହି ଦୁର୍ଗମ ଅଳରେ ଭଲ ସ୍ବାସ୍ଥ୍ୟ ଚିକିତ୍ସା ପାଇବା ପାଇଁ ହେଲେ ଏକ ମାତ୍ର ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିଥାନ୍ତି ଅଞ୍ଚଳ ବାସୀ । ତେବେ ବହୁ ଅସମୟରେ ଜରୁରୀ ରୋଗୀଙ୍କୁ ଅନ୍ୟ ମେଡିକାଲ ସ୍ଥାନାନ୍ତର କରିବାକୁ ହେଲେ ଆମ୍ବୁଲାନ୍ସ ସମସ୍ୟା ଲାଗି ରହିଥାଏ । ଏମିତିକି ଲୋକେ ଆମ୍ବୁଲାନ୍ସ ସୁବିଧା ନ ପାଇ ଖଟିଆରେ ରୋଗୀଙ୍କୁ ବୋହିବା ଘଟଣା ପ୍ରାୟସମୟରେ ବିଭିନ୍ନ ଖବର କାଗଜରେ ପ୍ରକାଶ ପାଇଥାଏ l ଏପଟେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଦୁଇଗୋଟି ଆମ୍ବୁଲାନ୍ସ ବ୍ୟବହାର ନହୋଇ ବର୍ଷ ବର୍ଷ ଧରି ପଡିରହିଛି। କଥାରେ ଅଛି “ସରକାର କା ମାଲ ଦରୀୟା ମେ ଡାଲ” ଭଳି ଘଟଣା ଦେଖିବାକୁ ମିଳିଛି ଏହି ମେଡିକାଲରେ । ବଡ଼ ଦୁଃଖର ବିଷୟ ଅନେକ ଦୁର୍ଗମ ଅଞ୍ଚଳରେ ଲୋକ ମାନଙ୍କୁ ଆମ୍ବୁଲାନ୍ସ ସେବା ସଠିକ୍ ଭାବରେ ମିଳିପାରୁନଥିବା ବେଳେ ଏହି ମେଡ଼ିକାଲରେ ସରକାରୀ ଆମ୍ବୁଲାନ୍ସଟି ପଡ଼ି ପଡ଼ି ଖତ ଖାଉଛି ।ସାଧାରଣ ଜନତା ମାନଙ୍କର ପ୍ରଶ୍ନ ଉଠୁଛି ଯେ ଏହି ଆମ୍ବୁଲାନ୍ସର କାମ କଣ ? କଣ ପାଇଁ ଏହି ଆମ୍ବୁଲାନ୍ସ ଟି ଏହିଠାରେ ପଡ଼ିରହିଛି ? ଯଦି ଏହି ଆମ୍ବୁଲାନ୍ସ କୌଣସି କାମରେ ଲାଗି ପାରୁନାହିଁ ତେବେ ଏହାକୁ ନିଲାମ ନ କରାଯାଇ କାହିଁକି ଏହିଠାରେ ରଖାଯାଇଛି ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରୁଛି । ରାଜ୍ୟ ସରକାର ଜନସାଧାରଣ ମାନଙ୍କ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଗୁରୁତ୍ଵ ଦେଇ ବିଭିନ୍ନ ଯୋଜନା କରୁଥିବା ବେଳେ ଏଠାରେ ଓଲଟା ହଉଥିବା ପରିଲକ୍ଷିତ ହେଉଛି l

ଏହା ଜିଲ୍ଲା ଚିକିତ୍ସା ଅଧିକାରୀ ଜାଣିଛନ୍ତି କି ନାହିଁ ନାଁ ସବୁ ଜାଣି ଚୁପ୍ ରହିଛନ୍ତି ତାହା ଏବେ ବଡ଼ ପ୍ରଶ୍ନ । ଦୁଇଟି ଆମ୍ବୁଲାନ୍ସ ଉପରେ ଏକ ବିରାଟ ବଡ଼ ଆମ୍ବ ଗଛପଡ଼ି ଗାଡ଼ି କୁ ପୁରା ଚୂର୍ମାର କରିଦେଇଛି ଅତିଦୁଃଖର ବିଷୟ ସେ ଗଛ ଡାହି କୁ ମଧ୍ୟ କଡ଼ାଯାଇନାହିଁ ସେମିତି ଆମ୍ବୁଲାନ୍ସ ଉପରେ ପଡ଼ିରହିଛି l ଏସଂପର୍କରେ ଗୋଷ୍ଟି ସ୍ବାସ୍ଥ୍ୟ ଅଧିକାରୀ ନୀତିଶ ଝା ଙ୍କୁ ପ୍ରତିକ୍ରିୟା ନେବାରୁ ଚେଷ୍ଟା କରିଥିଲୁ ହେଲେ ସେ ପ୍ରତିକ୍ରିୟା ଦେବାକୁ ମୋନା କରିଦେଲେ ତେବେ ଫାର୍ମାସିଷ୍ଟ ଶୁଧାଂଶୁ ପଣ୍ଡାଙ୍କୁ ପଚାରିବାରୁ ହଁ ଆମେ ଏବାବଦରେ ଜିଲ୍ଲା ଅଧିକାରୀଙ୍କୁ ଜଣାଇଛୁ ସେମାନେ ଯାହା ନିଲାମ କିମ୍ବା ମରାମତି କରିବା କଥା କରିବେ ଆମର ଏଥିରେ କିଛି କରିବାର ନାହିଁ ବୋଲି କହିଲେ l