ବର୍ଷା ବର୍ଷା ଧରି ପଡ଼ିରହି ଖତ ଖାଉଛି ପୁରୁଣା ସରକାରୀ ଆମ୍ବୁଲାନ୍ସ, ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ନାହିଁ l
ଥୁଆମୂଳ ରାମପୁର,୧୯/୧୨-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଥିବା ଦୁଇଗୋଟି ବୋହୂ ପୁରୁଣା ସରକାରୀ ଆମ୍ବୁଲାନ୍ସ ଦୀର୍ଘ ବର୍ଷ ହେଲା ମେଡିକାଲ ପରିସରରେ ପଡ଼ି ଖତ ଖାଉଛି l ବନ ପାହାଡ଼ ଘେରା ଏହି ଦୁର୍ଗମ ଅଞ୍ଚଳରେ ଭଲ ସ୍ବାସ୍ଥ୍ୟ ଚିକିତ୍ସା ପାଇବା ପାଇଁ ହେଲେ ଏକ ମାତ୍ର ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିଥାନ୍ତି ଅଞ୍ଚଳ ବାସୀ । ତେବେ ବହୁ ଅସମୟରେ ଜରୁରୀ ରୋଗୀଙ୍କୁ ମେଡିକାଲ ଆଣିବା କିମ୍ବା ଅନ୍ୟ ମେଡିକାଲ ସ୍ଥାନାନ୍ତର କରିବାକୁ ହେଲେ ଆମ୍ବୁଲାନ୍ସ ସମସ୍ୟା ଲାଗି ରହିଥାଏ । ଏମିତିକି ଲୋକେ ଆମ୍ବୁଲାନ୍ସ ସୁବିଧା ନ ପାଇ ଖଟିଆରେ ରୋଗୀଙ୍କୁ ବୋହିବା ଘଟଣା କିମ୍ବା ଶବ ବୁହା ଗାଡ଼ି ନ ପାଇ କାନ୍ଧରେ ବୋହି ଶବ ନେବା ଘଟଣା ପ୍ରାୟ ସମୟରେ ବିଭିନ୍ନ ଖବର କାଗଜରେ ପ୍ରକାଶ ପାଇଥାଏ ଏବଂ ବୋହି ଚର୍ଚ୍ଚିତ ଦାନ ମାଝୀଙ୍କ କାହାଣୀ ମଧ୍ୟ ସେ ଆମ୍ବୁଲାନ୍ସ ସେବାରୁ ମାଞ୍ଚିତ ପାଇଁ l ଏପଟେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଦୁଇଗୋଟି ଆମ୍ବୁଲାନ୍ସ ବ୍ୟବହାର ନହୋଇ ବର୍ଷ ବର୍ଷ ଧରି ପଡିରହିଛି। କଥାରେ ଅଛି “ସରକାର କା ମାଲ ଦରୀୟା ମେ ଡାଲ” ଭଳି ଘଟଣା ଦେଖିବାକୁ ମିଳିଛି ଏହି ମେଡିକାଲରେ । ବଡ଼ ଦୁଃଖର ବିଷୟ ଅନେକ ଦୁର୍ଗମ ଅଞ୍ଚଳରେ ଲୋକ ମାନଙ୍କୁ ଆମ୍ବୁଲାନ୍ସ ସେବା ସଠିକ୍ ଭାବରେ ମିଳିପାରୁନ ଥିବା ବେଳେ ଲୋକେ ମହାପ୍ରୟାଣ ଗାଡ଼ି ସୁବିଧା ମଧ୍ୟ ପାଇପାରୁନାହାନ୍ତି, ହେଲେ ଏହି ମେଡ଼ିକାଲରେ ସରକାରୀ ଆମ୍ବୁଲାନ୍ସଟି ପଡ଼ି ପଡ଼ି ଖତ ଖାଉଛି ।ସାଧାରଣ ଜନତା ମାନଙ୍କର ପ୍ରଶ୍ନ ଉଠୁଛି ଯେ ଏହି ଆମ୍ବୁଲାନ୍ସର କାମ କଣ ? କଣ ପାଇଁ ଏହି ଆମ୍ବୁଲାନ୍ସ ଟି ଏହିଠାରେ ପଡ଼ିରହିଛି ? ଯଦି ଏହି ଆମ୍ବୁଲାନ୍ସ କୌଣସି କାମରେ ଲାଗି ପାରୁନାହିଁ ତେବେ ଏହାକୁ ନିଲାମ ନ କରାଯାଇ ବା ମରାମତି ନକରାଜାଇ କାହିଁକି ଏହିଠାରେ ରଖାଯାଇଛି ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରୁଛି । ରାଜ୍ୟ ସରକାର ଜନସାଧାରଣ ମାନଙ୍କ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଗୁରୁତ୍ଵ ଦେଇ ବିଭିନ୍ନ ଯୋଜନା କରୁଥିବା ବେଳେ ଏଠାରେ ଓଲଟା ହଉଥିବା ପରିଲକ୍ଷିତ ହେଉଛି l ଏହା ଜିଲ୍ଲା ଚିକିତ୍ସା ଅଧିକାରୀ ଜାଣିଛନ୍ତି କି ନାହିଁ ନାଁ ସବୁ ଜାଣି ଚୁପ୍ ରହିଛନ୍ତି ତାହା ଏବେ ବଡ଼ ପ୍ରଶ୍ନ । ଦୁଇଗୋଟି ଆମ୍ବୁଲାନ୍ସ ଉପରେ ଏକ ବିରାଟ ବଡ଼ ଆମ୍ବ ଗଛ ପଡ଼ି ଗାଡ଼ିକୁ ପୁରା ଚୂର୍ମାର କରିଦେଇଛି ଅତିଦୁଃଖର ବିଷୟ ସେ ଗଛ ଡାହି କୁ ମଧ୍ୟ କଡ଼ାଯାଇନାହିଁ ସେମିତି ଆମ୍ବୁଲାନ୍ସ ଉପରେ ପଡ଼ିରହିଛି l ଏସଂପର୍କରେ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ନୀତିଶ କୁମାର ଝା ଙ୍କୁ ପ୍ରତିକ୍ରିୟା ନେବାରୁ “ଦୁଇଗୋଟି ଆମ୍ବୁଲାନ୍ସ ପୁରୁଣା କଳାର ଏହାର ଫିଟନେସ ନାହିଁ ଓ ଆମେ ଫିଟନେସ ରିନୁଆଲ ପାଇଁ ଜିଲ୍ଲା ପରିବହନ ବିଭାଗ କୁ ଚିଠି କରିଥିଲୁ ହେଲେ ଜିଲ୍ଲା ପରିବହନ ବିଭାଗ ଦୁଇଗୋଟି ଗାଡ଼ିର ଫିଟନେସ ରିନୁଆଲ୍ କରିବାକୁ ମୋନା କରିଦେଲେ ସେଥି ପାଇଁ ଏମିତି ଗାଡ଼ି ପଡ଼ି ଖତ ଖାଉଛି, ଆଉ ଗଛ କାଟିବା ପାଇଁ ଅଗ୍ନିଶମ ବିଭାଗକୁ ଆମେ ସୂଚନା ଦେଲୁ ହେଲେ ସେମାନେ ଛୋଟ ଛୋଟ ଲତା ସବୁ କାଟି ଗଣ୍ଡୀ କୁ ଏମିତି ଛାଡ଼ି ପଳେଇଲେ ବୋଲି ଯାହା କହିଲେ l ତେବେ ଦେବେଦେଖିବାକୁ ବାକିରହିଲା ଖବର ପ୍ରକାଶ ପରେ ବିଭାଗୀୟ ଅଧିକାରୀ କିମ୍ବା ଜିଲ୍ଲା ପରିବହନ ବିଭାଗ ଏବଂ ଅଗ୍ନିଶମ ବିଭାଗ କଣ ପଦକ୍ଷେପ ନେଉଛନ୍ତି l