ବର୍ଷୀୟାନ ଅଭିନେତ୍ରୀ ବେଲା ବୋଷଙ୍କ ପରଲୋକ
ଲୋକପ୍ରିୟ ଅଭିନେତ୍ରୀ ତଥା ଶାସ୍ତ୍ରୀୟ ନୃତଶିଳ୍ପୀ ବେଲା ବୋଷଙ୍କ ନିଧନ ହୋଇଛି । ୭୯ ବର୍ଷ ବୟସରେ ସେ ଦୁନିଆକୁ ବିଦାୟ କହି ଆରପାରିକୁ ଚାଲି ଯାଇଛନ୍ତି । ବେଲା ବୋଷ ୨୦୦ରୁ ଅଧିକ ହିନ୍ଦୀ ଏବଂ ଆଞ୍ଚଳିକ ସିନେମାରେ ଅଭିନୟ କରିଛନ୍ତି । ବେଲା ବୋଷ ମଣିପୁରୀ ନୃତ୍ୟର ଶିକ୍ଷା ନେଇଥିଲେ । ୧୯୫୦ରୁ ୧୯୮୦ ଯାଏ ସେ ହିନ୍ଦୀ ସିନେମାରେ କାମ କରିଥିଲେ ।
ସେ ଅଭିନୟ କରିଥିବା କିଛି ସିନେମା ମଧ୍ୟରେ ‘ଜୀନେ କି ରାହ’, ‘ଶିଖର’, ‘ଜୟ ସନ୍ତୋଷୀ ମାଆ’ ସାମିଲ ରହିଛି ।ବେସା ବୋଷ ଏକଧିକ ପ୍ରତିଭାର ଥିଲେ ଅଧିକାରୀ । ଅଭିନୟ ସହ ଡ୍ୟାନ୍ସ, କବିତା ମଧ୍ୟ ଲେଖୁଥିଲେ । ନିଖୁଣ ଚିତ୍ର ଆଙ୍କିବା ସହ ରାଷ୍ଟ୍ରୀୟ ସ୍ତରର ସନ୍ତରଣକାରୀ ଥିଲେ । ଫିଲ୍ମ ନିର୍ମାତା ଅଶୀଷ କୁମାରଙ୍କୁ ସେ ବିବାହ କରିଥିଲେ । ଦୁହିଁଙ୍କ ଗୋଟିଏ ପୁଅ ଏବଂ ଝିଅ ଅଛନ୍ତି । ବିବାହ ପରେ ବେଲା ଫିଲ୍ମରୁ ଧିରେଧିରେ ନିଜକୁ ଦୂର କରିଥିଲେ । ‘ଜୟ ସନ୍ତୋଷୀ ମାଆ’ ଫିଲ୍ମରେ ତାଙ୍କ ଅଭିୟନ ଦର୍ଶକଙ୍କ ମନରେ ଆଜି ମଧ୍ୟ ଜୀବନ୍ତ ହୋଇ ରହିଛି ।