ବଲିଉଡ୍ ଅଭିନେତ୍ରୀ ଜରୀନ ଖାନ୍ଙ୍କ ବିରୁଦ୍ଧରେ ଆରେଷ୍ଟ ଓ୍ବାରେଣ୍ଟ
ବଲିଉଡ ଅଭିନେତ୍ରୀ ଜରିନ ଖାଁଙ୍କୁ ନେଇ ଏକ ବଡ ଖବର ଆସିଛି। ଖବର ଅନୁଯାୟୀ, କୋଲକାତାର ସିୟାଲଦହ କୋର୍ଟ ଜରିନଙ୍କ ନାମରେ ଏକ ଆରେଷ୍ଟ ଓ୍ବାରେଣ୍ଟ ଜାରି କରିଛନ୍ତି।। ଏକ ଠକେଇ ମାମଲାର ଶୁଣାଣି କରି କୋଲକାତାର ସିଆଲ୍ଦା କୋର୍ଟ ରବିବାର ଜରିନ ଖାନ୍ଙ୍କ ବିରୁଦ୍ଧରେ ଗିରଫ ପରୱାନା ଜାରି କରିଛନ୍ତି। ୨୦୧୬ରେ ଜରୀନଙ୍କ ବିରୁଦ୍ଧରେ ଏକ କମ୍ପାନୀ ପକ୍ଷରୁ ଏହି ଠକେଇ ଅଭିଯୋଗ ହୋଇଥିଲା।ତେବେ ଏପର୍ଯ୍ୟନ୍ତ ମିଳିଥିବା ତଥ୍ୟ ଅନୁସାରେ ଜରୀନ ଖାନ୍ ଏହି ମାମଲାରେ କୋର୍ଟରେ ହାଜର ହୋଇ ନାହାନ୍ତି କି ଜାମିନ ଆବେଦନ କରି ନାହାନ୍ତି। ଏନେଇ ଜରୀନଙ୍କ ପକ୍ଷରୁ ମଧ୍ୟ କୌଣସି ସୂଚନା ମିଳିପାରି ନାହିଁ।
୨୦୧୮ରେ ୬ଟି ଇଭେଣ୍ଟରେ ଯୋଗ ନ ଦେଇ ଥିବାରୁ ଅଭିନେତ୍ରୀଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା। କୋଲକାତା ଏବଂ ଉତ୍ତର ୨୪ ପ୍ରଗଣାରେ ୬ଟି କାଳୀ ପୂଜା କାର୍ଯ୍ୟକ୍ରମରେ ଯୋଗ ଦେଇ ନ ଥିବାରୁ ତାଙ୍କ ବିରୋଧରେ ଅଭିଯୋଗ ଗ୍ରହଣ କରାଯାଇଥିଲା। ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ପକ୍ଷରୁ ନାରକେଲଡାଙ୍ଗା ପୋଲିସ ଷ୍ଟେଶନରେ ଏହି ଅଭିଯୋଗ କରାଯାଇଛି। ଏହା ପରେ ନାର୍କେଲଡାଙ୍ଗା ପୋଲିସ ସିୟାଲଦାହ କୋର୍ଟରେ ଚାର୍ଜସିଟ ଉପସ୍ଥାପନ କରିଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ଜରିନ ଖାଁଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିବା ବେଳେ ତାଙ୍କ ପକ୍ଷରୁ କିନ୍ତୁ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ।