ବଲିଉଡ୍ ଅଭିନେତ୍ରୀ ସୁଶ୍ମିତା ସେନ୍‌ଙ୍କୁ ହୃଦ୍‌ଘାତ

ବଲିଉଡ୍‌ ନାୟିକା ସୁଶ୍ମିତା ସେନ୍‌ ତାଙ୍କ ଫ୍ୟାନ୍‌ଙ୍କୁ ଆଶ୍ଚର୍ଯ୍ୟକଲା ଭଳି ସୂଚନା ଦେଇଛନ୍ତି। କିଛିଦିନ ତଳେ ସେ ହୃଦ୍‌ଘାତରେ ଶିକାର ହୋଇଥିଲେ। ତାଙ୍କର ଏଞ୍ଜିଓ ପ୍ଲାଷ୍ଟିକ୍‌ ଚିକିତ୍ସା ହୋଇଛି ବୋଲି ସୁଶ୍ମିତ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରି ସୂଚନା ଦେଇଛନ୍ତି।ଇନ୍‌ଷ୍ଟଗ୍ରାମ୍‌ରେ ପୋଷ୍ଟ କରି ଲେଖିଛନ୍ତି “ନିଜ ହୃଦୟକୁ ସବୁବେଳେ ଖୁସୀ ଓ ସାହସିକତା ସହ ରଖନ୍ତୁ।

ଯେତେବେଳେ ଆପଣଙ୍କୁ ଏହାର ଆବଶ୍ୟକତା ପଡ଼ିବ ସେ ଆପଣଙ୍କ ସହ ଥିବ।” (ମୋ ବାପାଙ୍କର ଏହା ଥିଲା ଜ୍ଞାନବାଣୀ)। କିଛିଦିନ ପୂର୍ବରୁ ମୁଁ ହୃଦ୍‌ଘାତରେ ଶିକାର ହୋଇଥିଲି। ଏଞ୍ଜିଓ ପ୍ଲାଷ୍ଟିକ ସରିଛି। ଷ୍ଟେଣ୍ଟ(ବ୍ଲକେଜ୍ ସ୍ଥାନରେ ଦିଆଯାଉଥିବା ସରୁ ପ୍ଲାଷ୍ଟିକ୍ ଟ୍ୟୁବ୍) ଲାଗିଛି। ସବୁଠାରୁ ବଡ଼ କଥା ହେଲା ମୋ ହୃଦରୋଗ ବିଶେଷଜ୍ଞ ମୋତେ କହିଛନ୍ତି ଯେ ମୋର ଏକ ବଡ଼ ହୃଦୟ ଅଛି। ଠିକ୍ ସମୟରେ ଚିକିତ୍ସା ଲୋକଙ୍କର ସହଯୋଗ ପାଇଁ ସେମାନଙ୍କୁ ଧନ୍ୟବାଦ ଦରକାର।