ବଲିଉଡ୍ ଫିଲ୍ମ ‘ପଠାନ’ ।ଦୁଇ ଦିନ ମଧ୍ୟରେ ୧୦୦ କୋଟି ଅତିକ୍ରମ କରିଛି।
ବଲିଉଡ୍ ଫିଲ୍ମ ‘ପଠାନ’ ଜବରଦସ୍ତ ପ୍ରଦର୍ଶନ କରିଛି। ବକ୍ସ ଅଫିସ୍ରେ ପ୍ରଥମ ଦିନରେ ରେକର୍ଡ କରିଥିବା ‘ପଠାନ’ ଦ୍ୱିତୀୟ ଦିନରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଛି। ଫିଲ୍ମଟି ପ୍ରଥମ ଦିନରେ ହିନ୍ଦୀ ଭାଷାରେ ୫୫ କୋଟି ସଂଗ୍ରହ କରିଥିବାବେଳେ ଏହା ଅନ୍ୟ ଭାଷାରେ ୨ କୋଟି ରୋଜଗାର କରିଥିଲା। ଦ୍ୱିତୀୟ ଦିନ ଅର୍ଥାତ୍ ୨୬ ଜାନୁଆରୀରେ ଛୁଟି ଥିବାର ସମ୍ପୂର୍ଣ୍ଣ ଲାଭ ପାଇଛି। ଫିଲ୍ମଟି ପ୍ରଥମ ଦିନ ଅପେକ୍ଷା ଅଧିକ ସଂଗ୍ରହ କରିଥିଲା।
ଆର୍ଲି ଟ୍ରେଡ ଅନୁଯାୟୀ, ‘ପଠାନ’ ଦ୍ୱିତୀୟ ଦିନରେ ୬୫ କୋଟି ଟଙ୍କା ଆୟ କରିଛି। ଏହା ସହିତ ଫିଲ୍ମର ମୋଟ ରୋଜଗାର ସଂଖ୍ୟା ମାତ୍ର ଦୁଇ ଦିନ ମଧ୍ୟରେ ୧୦୦ କୋଟି ଅତିକ୍ରମ କରିଛି। ଅର୍ଥାତ୍ ଫିଲ୍ମର ମୋଟ ସଂଗ୍ରହ ୧୨୨ କୋଟିରେ ପହଞ୍ଚିଛି।
କଜିଏଫ ୨ (ହିନ୍ଦୀ) ଦୁଇ ଦିନରେ ୧୦୦.୭୪ କୋଟି ଟଙ୍କା ଆୟ କରିଥିବାବେଳେ ବାହୁବଲୀ ୨ ଦୁଇ ଦିନରେ ୮୧.୫ କୋଟି ଟଙ୍କା ସଂଗ୍ରହ କରି୍ତ୍ଲା। ଏଭଳି ପରିସ୍ଥିତିରେ ‘ପଠାନ’ ଦୁଇ ଦିନ ରୋଜଗାର କ୍ଷେତ୍ରରେ ଏହି ଦୁଇଟି ଫିଲ୍ମଠାରୁ ବହୁତ ଆଗରେ ଅଛି।