ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ଆଗାମୀ ଚଳଚ୍ଚିତ୍ର ‘ଜୱାନ’ର ପ୍ରଭ୍ୟୁ ରିଲିଜ ହୋଇଛି। 

ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ଆଗାମୀ ଚଳଚ୍ଚିତ୍ର ‘ଜୱାନ’ର ପ୍ରଭ୍ୟୁ ରିଲିଜ ହୋଇଛି। ‘ପଠାନ୍‌’ର ସଫଳତା ପରେ ‘ଯବାନ’ ସାଜି ପୁଣି ଏକ ଧମାକା କରିବାକୁ ପ୍ରସ୍ତୁତ ବଲିଉଡ଼ ଅଭିନେତା ଶାହରୁଖ୍‌ ଖାନ୍‌। ଗୁରୁବାର କିଙ୍ଗ୍‌ ଖାନ୍‌ ଟ୍ବିଟରରେ ସେସନ୍‌ #AskSRK ରଖିଥିଲେ। ଏଥିରେ ୟୁଜରମାନେ ସାମିଲ ହୋଇ ତାଙ୍କୁ ଫିଲ୍ମ ସମ୍ପର୍କିତ ଅନେକ ପ୍ରଶ୍ନ ପଚାରିଥିଲେ ଏବଂ ଶାହରୁଖ୍‌ ଗୋଟି ଗୋଟି କରି ସମସ୍ତଙ୍କୁ ଉତ୍ତର ଦେଇଥିଲେ।

ଏହାର ତୁରନ୍ତ ପରେ ସେ ‘ଯବାନ’ର ଏକ ନୂଆ ପୋଷ୍ଟର ରିଲିଜ୍‌ କରିଛନ୍ତି, ଯେଉଁଥିରେ ତାଙ୍କ ଲଣ୍ଡା ରୂପ ଦେଖିବାକୁ ମିଳିଛି।ପୋଷ୍ଟରକୁ ହିନ୍ଦୀ, ଇଂରାଜୀ, ତାମିଲ ଓ ତେଲୁଗୁ ୪ଟି ଭାଷାରେ ରିଲିଜ୍‌ କରାଯାଇଛି।ଶାହରୁଖ ଖାନଙ୍କ ଆଗାମୀ ଚଳଚ୍ଚିତ୍ର ‘ଜୱାନ’କୁ ନେଇ ପ୍ରଶଂସକଙ୍କ କ୍ରେଜ୍‌ ବଢିବାରେ ଲାଗିଛି। ନିକଟରେ ରିଲିଜ ହୋଇଥିବା ଫିଲ୍ମର ପ୍ରିଭ୍ୟୁରେ ଦର୍ଶକ ବହୁତ ଭଲ ପାଇବା ଦେଇଛନ୍ତି।