ବାଇକ୍ ଦୁର୍ଘଟଣାରେ ଜଣେ ଗୁରୁତର ଦୁଇ ଆହତ I
ଥୁଆମୂଳ ରାମପୁର,୨୨/୧୨-(ଦୁର୍ଗା କୀର୍ତ୍ତି):-କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର-ଭବାନୀପାଟଣା ମୁଖ୍ୟ ରାସ୍ତା କିଆପଦର ତେନ୍ତୁଳିପଦର ଗାଁ ନିକଟରେ ରବିବାର ସନ୍ଧ୍ୟା ସମୟରେ ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା ଘଟିଥିବା ସୂଚନା ରହିଛି। ସୂଚନା ମୁତାବକ ଉକ୍ତ ଘଟଣା ପରେ ସ୍ଥାନୀୟ କର୍ଲାପାଟ ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କରି ତାଙ୍କ ବିଭାଗୀୟ ଗାଡିରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଛନ୍ତି। ଦୁର୍ଘଟଣାରେ ଆହତ ମାନେ ହେଲେ କର୍ଲାପାଟ ଥାନା ଅନ୍ତର୍ଗତ ନାକୁରୁଣ୍ଡି ପଞ୍ଚାୟତ ଅଧିନସ୍ଥ ଟୁରି ଭେଜିଗୁଡା ଗ୍ରାମର ଲାଖିଆ ମାଝୀଙ୍କ ପୁଅ ବିଜୁ ମାଝୀ(୧୬) ଏବଂ ଗୁଣପୁର ପଞ୍ଚାୟତ ଅଧିନସ୍ଥ କାଠଘରା ଗ୍ରାମର ଧନସିଂ ମାଝୀଙ୍କ ପୁଅ ମନ ମାଝୀ(୨୨) ବୋଲି ଜଣାପଡିଥିବା ବେଳେ ଆଉ ଜଣେ ଆହତର ହେଉଛନ୍ତି ରୁପେନ୍ ଗାଁର ଚନ୍ଦ୍ର ମାଝୀ(୨୪) ବୋଲି ଜଣାପଡିଛି l ହେଲେ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିବା ବିଜୁ ମାଝୀଙ୍କ ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଥିବା ବେଳେ ବର୍ତମାନ ସେ ଆଇସିୟୁ ରେ ଭର୍ତ୍ତି ଥିବା ଜଣାପଡିଛି।